ଓଡ଼ିଶାଲାଇଭ୍ ବ୍ୟୁରୋ

- ୨୦୧୮ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ
- ୫, ୭୫,୦୬୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪,୩୮, ୩୪୮ ଜଣ ପାସ୍
- ଚଳିତବର୍ଷ ପାସ୍ ହାର ୭୬.୨୩ପ୍ରତିଶତ
- ୧୭୧୫ ଜଣ ଏ ୧
- ୧୫, ୬୮୯ ଜଣ ଏ ୨
- ୩୯,୨୫୨ ଜଣ ବି ୧
- ୬୮,୦୦୯ ଜଣ ବି
- ୯୮, ୯୪୭ ଜଣ ସି
- ୧,୨୭, ୨୪୩ ଜଣ ଡି
- ୨,୨୨,୦୪୩ ଜଣ ଛାତ୍ରୀ ପାସ୍ କରିଥିବାବେଳେ ୨,୧୬, ୩୦୫ ଜଣ ଛାତ୍ର ପାସ୍ କରିଛନ୍ତି
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୮ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ପାସ୍ ହାର ୭୬.୨୩ପ୍ରତିଶତ ହୋଇଛି। ସୋମବାରଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମାଟ୍ରିକ୍ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏଥର ଛାତ୍ରମାନଙ୍କଠାରୁ ଛାତ୍ରୀମାନେ ଆଗୁଆ ଅଛନ୍ତି।
ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିବା ୫, ୭୫,୦୬୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪,୩୮, ୩୪୮ ଜଣ ପାସ୍ କରିଥିବା ବେଳେ ୧,୩୬,୭୧୭ ଜଣ ଫେଲ୍ ହୋଇଛନ୍ତି। ୧୭୧୫ ଜଣ ଏ ୧(୯୦ପ୍ରତିଶତରୁ ଅଧିକ) ଗ୍ରେଡ୍ ପାଇଥିବା ବେଳେ ୧୫, ୬୮୯ ଜଣ ଏ୨(୮୦ପ୍ରତିଶତ-୯୦ପ୍ରତିଶତ) ଗ୍ରେଡ୍ରେ, ୩୯,୨୫୨ ଜଣ ବି ୧(୭୦ପ୍ରତିଶତ-୮୦ପ୍ରତିଶତ) ଗ୍ରେଡ୍ରେ, ୬୮,୦୦୯ ଜଣ ବି୨(୬୦ପ୍ରତିଶତ-୭୦ପ୍ରତିଶତ) ଗ୍ରେଡ୍ରେ ପାସ୍ କରିଛନ୍ତି। ସି (୬୦ପ୍ରତିଶତ-୫୦ପ୍ରତିଶତ)ଗ୍ରେଡ୍ରେ ୯୮, ୯୪୭ ଜଣ ପାସ୍ କରିଥିବା ବେଳେ ଡି (୫୦ପ୍ରତିଶତ – ୪୦ପ୍ରତିଶତ) ଗ୍ରେଡ୍ରେ ୧,୨୭, ୨୪୩ ଜଣ ପାସ୍ କରିଛନ୍ତି। ଇ (୪୦ପ୍ରତିଶତ – ୩୦ପ୍ରତିଶତ) ଗ୍ରେଡ୍ରେ ୮୭,୨୭୯ ଜଣ ରହିଛନ୍ତି। ୧,୨୪, ୬୬୫ ଜଣ ୬୦ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି।
ଚଳିତବର୍ଷ ୫,୯୦,୩୬୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ୧୩,୯୬୯ ଜଣ ଅନୁପସ୍ଥିତ ଥିବା ବେଳେ ୧,୩୩୨ ଜଣଙ୍କୁ ମାଲ୍ପ୍ରାକ୍ଟିସ୍ ପାଇଁ ବୁକ୍ କରାଯାଇଥିଲା ବା କପି କରୁଥିବା ବେଳେ ଧରାପଡ଼ିଥିଲେ। ଜଣଙ୍କ ଫଳ ସ୍ଥଗିତ ରଖାଯାଇଛି। ଏହି ହିସାବରେ ମୋଟ୍ ୪୨୯ ସ୍କୁଲ୍ରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୩୬ଟି ସ୍କୁଲ୍ରୁ କୌଣସି ଛାତ୍ରଛାତ୍ରୀ ପାସ କରିନାହାନ୍ତି। ଗତବର୍ଷ ୨୨ଟି ସ୍କୁଲ୍ରେ ପାସ୍ ହାର ଶୂନ ରହିଥିଲା।
ଏଥର ମଧ୍ୟ ପାସ୍ ହାରରେ ଛାତ୍ରୀମାନେ ଛାତ୍ରମାନଙ୍କୁ ପଛରେ ପକାଇଛନ୍ତି। ୨,୨୨,୦୪୩ ଜଣ ଛାତ୍ରୀ ପାସ୍ କରିଥିବା ବେଳେ ୨,୧୬, ୩୦୫ ଜଣ ଛାତ୍ର ପାସ୍ କରିଛନ୍ତି।
ବାଲେଶ୍ୱର ଜିଲାରେ ପାସ୍ ହାର ସର୍ବାଧିକ ୮୮. ୧୫ ପ୍ରତିଶତ ରହିଥିବା ବେଳେ ମାଲକାନଗିରିରେ ପାସ୍ ହାର ସର୍ବନିମ୍ନ ୫୯.୩୨ ପ୍ରତିଶତ ରହିଛି।
ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର କମିଯାଇଛି।
“ଗତ ବର୍ଷ ପାସ୍ ହାର ୮୩.୨୭ପ୍ରତିଶତ ରହିଥିଲା। ପରୀକ୍ଷା ପରିଚାଳନାକୁ ସ୍ୱଚ୍ଛ କରିବା ଗ୍ରହଣ କରଯାଇଥିବା କେତେକ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ପାସ୍ ହାର କମ୍ ରହିଛି”, ଗଣଶିକ୍ଷା ସଚିବ ପ୍ରଦୀପ ମହାପାତ୍ର କହିଛନ୍ତି।
ଛାତ୍ରଛାତ୍ରୀମାନେ ବୋର୍ଡର ୱେବସାଇଟ www.bseodisha.ac.in/, www.bseodisha.nic.in ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ଏଥିସହିତ ଏସ୍ଏମ୍ଏସ୍ ଜରିଆରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ମୋବାଇଲରେ OR10<ROLL NO> ଟାଇପ୍ କରି ୫୬୭୬୭୫୦ କୁ ଏସଏମଏସ୍ ପଠାଇ ଫଳ ଜାଣିପାରିବେ।
ଅପରାହଣ ୨ଟାରୁ ଛାତ୍ରଛାତ୍ରୀଙ୍କ ଓଏମଆର୍ ଉତ୍ତରଖାତାର ସ୍କାନ କପି ବୋର୍ଡ ୱେବସାଇଟ www.bseodisha.ac.inରେ ଛଡ଼ାଯିବ। ପରୀକ୍ଷାର୍ଥୀମାନେ ଏହି ଓଏମଆର୍ କପିକୁ ୱେବସାଇଟରୁ ଡାଉନଲୋଡ୍ କରିପାରିବେ। ବିଭିନ୍ନ ସମସ୍ୟାନେଇ ପରୀକ୍ଷାର୍ଥୀମାନେ ୦୬୭୧-୨୪୧୨୦୬୦/୨୪୧୨୦୫୯ ନମ୍ବର ସହିତ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି।
ଜୁନ୍ ୨୫ତାରିଖରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏଥିପାଇଁ ମେ’ ୨୫ରୁ ୩୧ ତାରିଖ ମଧ୍ୟରେ ଫର୍ମ ଫିଲ୍ଅପ୍ ହେବ।














