ଓଡ଼ିଶାଲାଇଭ ବ୍ୟୁରୋ

ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ ସିବିଆଇ ହାତରେ ଲାଗିଛି ଏକ ବଡ଼ ପ୍ରମାଣ। ବିଜେପି ବିଧାୟକଙ୍କ ହିଁ ଗଣଦୁଷ୍କର୍ମର ପ୍ରକୃତ ଦୋଷୀ ତାହାର ପ୍ରମାଣ ସିବିଆଇକୁ ମିଳିଛି।

ସାରା ଦେଶରେ ଚହଳ ପକାଇଥିବା ଉତ୍ତରପ୍ରଦେଶର ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ସିବିଆଇ ଏକ ବଡ଼ ଖୁଲାସା। ପୀଡ଼ିତାଙ୍କ ଅଭିଯୋଗ ସତ୍ୟ ବୋଲି ନିଜ ତଦନ୍ତ ରିପୋର୍ଟ କହିଛି ସିବିଆଇ। ଏହାସହ ପୋଲିସ ପ୍ରାରମ୍ଭିକ କାର୍ଯ୍ୟନୁଷ୍ଠାନରେ ବିଳମ୍ବ ହୋଇଥିବା କହିଛି ସିବିଆଇ।

ଉତ୍ତର ପ୍ରଦେଶର ବଙ୍ଗରମାଉର ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗାର୍‌ ପୀଡ଼ିତାଙ୍କ ସହ ଗତବର୍ଷ ଜୁନ୍‌ ୪ ତାରିଖ ଦିନ ଉତ୍ତରପ୍ରଦେଶ ଅନ୍ତର୍ଗତ ମାଖି ଗାଁ’ରେ ଥିବା ନିଜ ଘରେ ଦୁଷ୍କର୍ମ କରୁଥିବାବେଳେ ତାଙ୍କର ମହିଳା ସହଯୋଗୀ ଶଶି ସିଂହ ଘର ବାହାରେ ଠିଆ ହୋଇ ଜଗିଥିଲେ।

ବିଧାୟକ ସେଙ୍ଗାର୍‌ ଅନ୍ୟତମ ଦୁଷ୍କର୍ମକାରୀ ବୋଲି ପୀଡ଼ିତା ବାରାମ୍ବାର ଅଭିଯୋଗ କରିବା ପରେ ମଧ୍ୟ କହିବା ସ୍ଥାନୀୟ ପୋଲିସ୍‌ ପୀଡ଼ିତାଙ୍କ ଏଫ୍‌ଆଇଆର୍‌ ଜୁନ୍‌ ୨୦ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରିନଥିଲା। ବହୁ ବିଳମ୍ବରେ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା ପୋଲିସ।

ସିବିଆଇ ଅଧିକାରୀ କହିଛନ୍ତି, “ପୋଲିସ ଜାଣିଶୁଣି ଯୁବତୀଙ୍କ ଡାକ୍ତରୀ ମାଇନା କରିବାରେ ବିଳମ୍ବ କରିଥିଲା। ଫୋରେନ୍‌ସିକ୍‌ ଲାବୋରେଟୋରୀକୁ ଘଟଣାଦିନ ପିନ୍ଧିଥିବା ଡ୍ରେସ ପଠାଇ ନଥିଲା”।

ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତ ବିଧାୟକ ସେଙ୍ଗରଙ୍କୁ ଏପ୍ରିଲ୍‌ ୧୩ ତାରିଖ ଦିନ ଗିରଫ କରିଥିଲା। ସେହିପରି ପୀଡ଼ିତାଙ୍କ ବାବାଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ବିଧାୟକଙ୍କ ଭାଇ ଅତୁଲ ସେଙ୍ଗର ଶଶି ସିଂହ ଏବଂ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଦୀର୍ଘ କାଳ ପଚରାଉଚୁରା କରିଥିଲା ସିବିଆଇ।

ଶୁକ୍ରବାରଦିନ ବିଧାୟକଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ମୁହଁ ଖୋଲିଛନ୍ତି ପୀଡ଼ିତା। “ମୋ ସହ ଦୁଷ୍କର୍ମ କରିବା ପରେ ମୋ ପିତାଙ୍କୁ ପିଟିପିଟି ହତ୍ୟା କରାଗଲା। ଏଭଳି ପିଶାଚକୁ ଫାଶୀ ଦିଆଯାଉ”, କହିଛନ୍ତି ଉନ୍ନାଓ ପୀଡ଼ିତା।

Comment