ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅରୁଣ ଜେଟଲୀଙ୍କ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ
  • ପୀୟୁଷ ଗୋଏଲଙ୍କୁ ଅର୍ଥ ବିଭାଗ ଦାୟିତ୍ୱ
  • ଜେଟଲୀ ସୁସ୍ଥ ହେବା ଯାଏଁ ପୀୟୁଷ ବୁଝିବେ ଅର୍ଥ ବିଭାଗ କଥା

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ହୋଇଛି। ନିର୍ବାଚନର ବର୍ଷକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳରେ ଅଦଳ ବଦଳ କରିଛନ୍ତି।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ଥିବାରୁ ଅର୍ଥ ବିଭାଗ ଦାୟିତ୍ୱ ପୀୟୁଷ ଗୋଏଲଙ୍କୁ ଦିଆଯାଇଛି। ପୀୟୁଷ ଏବେ ରେଳ ମନ୍ତ୍ରୀ ଅଛନ୍ତି। ଜେଟଲୀ ସୁସ୍ଥ ହେବା ପର୍ଯ୍ୟନ୍ତ ପୀୟୁଷ ଗୋଏଲ ଅର୍ଥ ମନ୍ତ୍ରାଳୟର ଦୟିତ୍ୱ ବୁଝିବେ।

ସ୍ମୃତି ଇରାନିଙ୍କଠାରୁ ସୂଚନା ଓ ପ୍ରସାରଣ ବିଭାଗ ଅପସାରଣ କରାଯାଇଛି। ରାଷ୍ଟ୍ରମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋରଙ୍କୁ ସୂଚନା ପ୍ରସାରଣ ମନ୍ତ୍ରାଳୟର ମନ୍ତ୍ରୀ କରାଯାଇଛି। ସ୍ମୃତି ଇରାନି ଏବେ କେବଳ ବୟନ ଶିଳ୍ପ ବିଭାଗ କଥା ବୁଝିବେ।

ଅରୁଣ ଜେଟଲୀଙ୍କର ସୋମବାର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଛି। ଏଣୁ ତାଙ୍କ ବିଭାଗର ଦାୟିତ୍ବ ପୀୟୁଷ ଗୋଏଲଙ୍କୁ ଦିଆଯାଇଛି। ହେଲେ ସ୍ମୃତି ଇରାନିଙ୍କ ପାଖରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅପସାରଣ କରିନେବା ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ପୂର୍ବରୁ ସ୍ମୃତି ଇରାନିଙ୍କଠାରୁ ମାନବ ସମ୍ବଳ ବିଭାଗ ମଧ୍ୟ ଛଡ଼ାଇ ନିଆଯାଇଥିଲା।

୨୬ ତାରିଖରେ ନରେନ୍ଦ୍ର ମୋଦିଙ୍କ ସରକାର ୪ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି।

LEAVE A REPLY

Please enter your comment!
Please enter your name here