ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ଆଜିର ବଡ଼ ଖବର 

ମହାନଦୀ ପାଲଟିଲା ବିଜେଡିର ଅସ୍ତ୍ର, ବିଜେପିକୁ ପୁଣି ଟାର୍ଗେଟ

୨୦୧୯ ନିର୍ବାଚନ ଯେତିକି ନିକଟତର ହେଉଛି ରାଜ୍ୟ ରାଜନୀତିରେ ସେତିକି ଉଷ୍ମତା ବଢ଼ୁଛି। ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ବିଜେଡି ମହାନଦୀକୁ ଅସ୍ତ୍ର କରିଛି। ମହାନଦୀକୁ ଅଣଦେଖା କରାଯାଉଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ସିଧାସଳଖ ବିଜେପିକୁ ଟର୍ଗେଟ କରିଛନ୍ତି। ମହାନଦୀ ପ୍ରସଙ୍ଗରେ ବିଜେଡି ନେତା ଆଜିଠାରୁ ଗାଁକୁ ଯାଇଛନ୍ତି।

କର୍ଣ୍ଣାଟକରେ ବିଜେପି ଗଢ଼ିବ ସରକାର, ୟେଦୁରପ୍ପାଙ୍କୁ ଡାକିଲେ ରାଜ୍ୟପାଳ

ସରକାର ଗଠନକୁ ନେଇ କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଟଳିଛି। ସରକାର ଗଠନ କରିବା ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ଏସ୍ ୟେଦୁରପ୍ପାଙ୍କୁ ରାଜ୍ୟପାଳ ବାଜୁଭାଇ ବାଲା ଡାକିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୟେଦୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିବେ। ମେ ୨୧ ତାରିଖରେ ବିଧାନସଭାରେ ୟେଦୁରପ୍ପା ନିଜର ସଂଖ୍ୟାଗରିଷ୍ଠତା ଦେଖାଇବେ।

ମହାନଦୀ ମହାପ୍ରସଙ୍ଗ: ନବୀନଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର

ମହାନଦୀକୁ ନେଇ ଆଜିଠାରୁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ କରିଛି। ମହାନଦୀ ସୁରକ୍ଷା ଅଭିଯାନକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁଭାରମ୍ଭ କରି ବିଜେପି ଉପରେ ବର୍ଷିଛନ୍ତି। ଓଡ଼ିଶା ବିଜେପି ନେତାଙ୍କ ବିରୋଷଦ ନବୀନ ଯେଉଁ ଅଭିଯୋଗ ଆଣିଛନ୍ତି ତାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମହାନଦୀ ସୁରକ୍ଷା ଯାତ୍ରା: ମହାନଦୀ ପାଇଁ ଲଢ଼ିବାକୁ ଓଡ଼ିଶାବାସୀଙ୍କୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହୋଇଛି ବିଜେଡିର ମହାନଦୀ ମହାସଂଗ୍ରାମ ଅଭିଯାନ। ମହାନଦୀର ଓଡ଼ିଶା ପ୍ରବେଶ ପଥ ଝାରସୁଗୁଡ଼ାର ସୁଖାଶୋଡ଼ା ଓ ବରଗଡ଼ର ଆମ୍ବାଭୋନା ବ୍ଲକର ଚିଖିଲିଠାରେ ଏଥିପାଇଁ ବିଶାଳ ଆୟୋଜନ କରିଛି ବିଜେଡି।

ପେନସନଧାରୀଙ୍କ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ପେନ୍‌ସନ୍‌ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। କେନ୍ଦ୍ର ସାଧାରଣ ଅଭିଯୋଗ ଓ ପେନସନ ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ସର୍ବନିମ୍ନ ପେନସନ୍ ୯ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ପେନସନଧାରୀମାନଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ପୂର୍ବରୁ ବ୍ୟାଙ୍କ ଖାତା ସହ ଆଧାର କାର୍ଡ ନମ୍ବର ସଂଯୋଗ ନଥିଲେ ପେନସନଧାରୀମାନେ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ହୋଇଥିଲା।

ଓଡ଼ିଶାରୁ କଲମ୍ବୋ-ବ୍ୟାଙ୍କକକୁ ଉଡ଼ିବ ଏୟାର ଏସିଆ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଏବଂ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକୁ ବିମାନ ସେବା ଆରମ୍ଭ ହେବ। ଏନେଇ ଏୟାର ଏସିଆ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅନୁମତି ମିଳିବା ପରେ ଏହି ସେବା ଆରମ୍ଭ ହେବ।

Comment