ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦେଶ ଯାତ୍ରା କରିବାକୁ ଚାହୁଁଥିଲେ ମାତ୍ର ୯୯୯ଟଙ୍କାରେ ଟିକେଟ ବୁକ୍‌ କରନ୍ତୁ। ଏୟାର୍‌ ଏସିଆ ଏୟାରଲାଇନ୍ସ ଦେଉଛି ଏହି ଅଫର୍।

ଏୟାର୍‌ ଏସିଆ ଏୟାରଲାଇନ୍ସ ଯାତ୍ରୀଙ୍କ ପାଇଁ ଖୁସି ଖବର। ଆପଣ ଯଦି ବିଦେଶରେ ଛୁଟି କାଟିବାକୁ ଚାହୁଁଛନ୍ତି ତେବେ ମାତ୍ର ୯୯୯ଟଙ୍କାରେ ଟିକେଟ୍ ବୁକ୍‌ କରିପାରିବେ। କେବଳ ବିଦେଶ ନୁହେଁ ଦେଶର ଯେକୌଣସି କୋଣକୁ ଯାତ୍ରା କରୁଥିଲେ ମଧ୍ୟ ଆପଣ ଟିକେଟ ଶସ୍ତାରେ ପାଇପାରିବେ।

ଏୟାର ଏସିଆ ବିଗ୍ ସେଲ୍ ସ୍ପେଶାଲ୍ ଅଫର୍ ଆରମ୍ଭ କରିଛି। ଏହାଦ୍ଵାରା ଆପଣଙ୍କୁ ମାତ୍ର ୯୯୯ଟଙ୍କା ଖର୍ଚ୍ଚ କରି ଦେଶ ବିଦେଶର କେତେକ ସ୍ଥାନକୁ ବୁଲି ଯାଇ କରିପାରିବେ।

ଏୟାରଲାଇନ୍ସର ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ ଏହି ଅଫର୍ ମେ ୨୭ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଏହି ସମୟ ମଧ୍ୟରେ ଆପଣ ଟିକେଟ ବୁକ୍‌ କରାଇପାରିବେ।

ଭୁବନେଶ୍ଵରରୁ କୁଆଲାଲମପୁର ଯିବାକୁ ହେଲେ ମାତ୍ର ୯୯୯ଟଙ୍କାରେ ଟିକେଟ୍ ବୁକ୍ କରିପାରିବେ। ଏୟାର୍‌ ଏସିଆ ଏୟାରଲାଇନ୍ସ ୱେବସାଇଟରୁ ହିଁ କେବଳ ଟିକେଟ ବୁକ୍ କଲେ ଆପଣ ଏହି ଅଫର ପାଇପାରିବେ।

LEAVE A REPLY

Please enter your comment!
Please enter your name here