ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟଙ୍କ ପୁତ୍ର ବନ୍ଦାରୁ ବୈଷ୍ଣବଙ୍କର ମାତ୍ର ୨୧ ବର୍ଷରେ ହୃଦଘାତରେ ପରଲୋକ ହୋଇଯାଇଛି।
୨୧ବର୍ଷ ବୟସରେ ହୃତଘାତରେ ପ୍ରାଣ ହରାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ସାଂସଦ ବନ୍ଦାରୁ ଦତ୍ତାତ୍ରେୟଙ୍କ ପୁତ୍ର ବନ୍ଦାରୁ ବୈଷ୍ଣବ।
ମଙ୍ଗଳବାର ରାତିରେ ରାମନଗର ବାସଭବନରେ ରାତିରେ ଖାଇବା ସାରିବା ପରେ ଛାତିରେ ଖୁବ ଯନ୍ତ୍ରଣା ହୋଇଥିଲା। ତୁରନ୍ତ ତାଙ୍କୁ ସିକନ୍ଦରାବାଦସ୍ଥିତ ଗୁରୁ ନାନକ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ରାତି ସାଢ଼େ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ବୈଷ୍ଣବ ଥିଲେ ଦତ୍ତାତ୍ରେୟଙ୍କର ଏକମାତ୍ର ପୁତ୍ର।
ଓଜନ ହ୍ରାସ ପାଇଁ ବୈଷ୍ଣବ ଖାଦ୍ୟ ଉପରେ କଟକଣା ରଖୁଥିଲେଃ ସମ୍ଭବତଃ ତାହା ହିଁ ହୃଦ୍ଘାତର କାରଣ ହୋଇପାରେ। ଏହାଛଡ଼ା ତାଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ବୈଷ୍ଣବ ମେଡିସିଟି ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନସ କଲେଜ୍ରେ ତୃତୀୟ ବର୍ଷ ଡାକ୍ତରୀ ଛାତ୍ର ଥିଲେ। ସିକନ୍ଦରାବାଦରେ ଅନୁଷ୍ଠିତ ବିଜେପି କାର୍ଯ୍ୟକଳାପରେ ସେ ପ୍ରତ୍ୟକ୍ଷଭାବେ ସଂଶ୍ଳିଷ୍ଟ ଥିଲେ। ବୈଷ୍ଣବଙ୍କର ବିଜୟଲକ୍ଷ୍ମୀ ନାମ୍ନୀ ଭଉଣୀଟିଏ ଅଛନ୍ତି।
ବୈଷ୍ଣବଙ୍କ ପିତା ୭୧ବର୍ଷୀୟ ବନ୍ଦାରୁ ଦତ୍ତାତ୍ରେୟ ତେଲେଙ୍ଗାନାର ସିକନ୍ଦରାବାଦର ସାଂସଦ ଅଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ ସରକାରରେ ୧ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ବୈଷ୍ଣବ ଶ୍ରମ ଓ ରୋଜଗାର ମନ୍ତ୍ରୀ ଥିଲେ। ଏହାଛଡ଼ା ଅଟଳବିହାରୀ ବାଜପେୟୀ ସରକାରରେ ମଧ୍ୟ ସେ ମନ୍ତ୍ରୀ ରହିସାରିଛନ୍ତି।
ଓଜନ ହ୍ରାସ ପାଇଁ ବୈଷ୍ଣବ ଖାଦ୍ୟ ଉପରେ କଟକଣା ରଖୁଥିଲେଃ ସମ୍ଭବତଃ ତାହା ହିଁ ହୃଦ୍ଘାତର କାରଣ ହୋଇପାରେ। ଏହାଛଡ଼ା ତାଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ବୈଷ୍ଣବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବହୁ ସଂଖ୍ୟକ ବିଜେପି ନେତା ଓ କର୍ମୀ ଡାକ୍ତରଖାନା ବାହାରେ ରୁଣ୍ଡ ହୋଇଥିଲେ। ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ବୈଷ୍ଣବଙ୍କ ମୃତ୍ୟୁରେ ଟୁଇଟରରେ ଶୋକ ପ୍ରକାଶ କରିଛନ୍ତି।
ରୋହିତ ଭେମୁଲା ଆତ୍ମହତ୍ୟା ମାମଲାରେ ବନ୍ଦାରୁ ବୈଷ୍ଣବଙ୍କ ସମ୍ପୃକ୍ତି ଥିଲା ବୋଲି ଅଭିଯୋଗ ହୋଇଥିଲା।


















