ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜି ଘୋଷଣା ହୋଇଛି ତାରିଖ। ଜୁନ୍ ୨୨ରୁ ପରୀକ୍ଷା ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୭ ଦିନ ଧରି ଏହି ପରୀକ୍ଷା ଚାଲିବ।

ମେ ୨୪ ତାରିଖରୁ ୨୯ ତାରିଖ ଭିତରେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଅନଲାଇନରେ ଫର୍ମ ପୂରଣ କରିପାରିବେ।

ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ଏହା ୧୧ଟା ୩୦ରେ ଶେଷ ହେବ। ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯିବ।

ପ୍ରଥମ ଥର ପାଇଁ ହିନ୍ଦୀ ଏବଂ ସଂସ୍କୃତ ପରୀକ୍ଷା ଅଲଗା ଦିନରେ କରାଯିବ। ୨୫ରେ ହିନ୍ଦୀ ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ୨୬ରେ ସଂସ୍କୃତ ପରୀକ୍ଷା ହେବ।

ବୋର୍ଡ ସଭାପତି ଜାହାନ ଆରା ବେଗମ କହିଛନ୍ତି, “ସପ୍ଲିମେଣ୍ଟାରୀ ପରୀକ୍ଷା ଜୁନ୍ ୨୨ରୁ ଆରମ୍ଭ ହେବ। ପୂର୍ବରୁ ଏନେଇ ଘୋଷଣା କରାଯାଇଥିଲା। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ।”

Comment