ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଦିନ ପରୀକ୍ଷା ଫଳ ବାହାରିବ ବୋଲି ସିବିଏସ୍‌ଇ ବୋର୍ଡ ନିଷ୍ପତ୍ତି ନେଇଛି। କିନ୍ତୁ କେଉଁ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ସେନେଇ କୌଣସି ଘୋଷଣା କରାଯାଇ ନାହିଁ।

ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ୨୮ରୁ ୩୦ ମେ’ ଭିତରେ ବାହାରିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। କିନ୍ତୁ ଶନିବାର ରେଜଲ୍ଟ ବାହାରିବା ଜଣାପଡ଼ିବା ପରେ ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇ ଯାଇଛନ୍ତି। ସିବିଏସ୍‌ଇ ୱେବସାଇଟ୍ cbseresults.nic.in ଏବଂ results.nic.in ରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ।

ଚଳିତବର୍ଷ ୨୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଦଶମ ଶ୍ରେଣୀରେ ୧୬,୩୮,୪୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୧,୮୬,୩୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୮ ଜଣ କିନ୍ନର ମଧ୍ୟ ପରୀକ୍ଷା ଦେଇଥିଲେ।

ମାର୍ଚ୍ଚ ୫ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହୋଇଥିଲା। ମାର୍ଚ୍ଚ ୨୫ରେ ପରୀକ୍ଷା ଶେଷ ହୋଇଥିଲା। ସେହିପରି ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୫ରେ ଆରମ୍ଭ ହୋଇ ଏପ୍ରିଲ ୪ରେ ଶେଷ ହୋଇଥିଲା।

Comment