ଓଡ଼ିଶାଲାଇଭ୍ ବ୍ୟୁରୋ

ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି। ତେବେ ଏବର୍ଷ ବାଜିମାରିଛନ୍ତି ଛାତ୍ରୀ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରମାନଙ୍କର ପାସ୍ ହାର ୯୯.୧୩ ପ୍ରତିଶତ ରହିଥିବାବେଳେ ଛାତ୍ରୀମାନଙ୍କର ପାସହାର ୯୯.୬୭ ପ୍ରତିଶତ ରହିଛି।

ଏବର୍ଷ ସମୁଦାୟ ୧୩ଲକ୍ଷ ୪ହଜାର ୫୬୧ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ୧୨ ଲକ୍ଷ ୯୬ ହଜାର ୩୧୮ ଜଣ ପାସ୍ କରିଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୭୦ହଜାର ୪ ଜଣ ୯୫ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।କେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ଶତ ପ୍ରତିଶତ ରହିଛି। ସେହିପରି ଘରୋଇ ବିଦ୍ୟାଳୟର ପାସ୍ ହାର ୯୯.୨୨ ପ୍ରତିଶତ ଓ ନବୋଦୟ ବିଦ୍ୟାଳୟଗୁଡ଼ିକର ପାସ୍ ହାର ୯୯.୯୪ ପ୍ରତିଶତ ରହିଛି।

କରୋନା ପାଇଁ ଚଳିତ ବର୍ଷ ସିବିଏସଇ ଦ୍ଵାଦଶ ବୋର୍ଡ ପରୀକ୍ଷା ବାତିଲ୍ ହୋଇଥିଲା। କିନ୍ତୁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇ ଆଜି ପରୀକ୍ଷା ଫଳ ପ୍ରକାଶ ପାଇଛି।

Comment