ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଭୋଟ ଗଣତିର ଶେଷ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮,୬୧୯ ଭୋଟ ବ୍ୟବଧାନରେ ଆଗୁଆ ରହିଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ଦୀପାଳି ବାଜି ମାରିଛନ୍ତି।

ଶେଷ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧,୦୭,୦୦୩ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮,୩୮୪ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଛି ମାତ୍ର ୪,୪୭୩  ଖଣ୍ଡ ଭୋଟ। ପୂର୍ବଭଳି ବିଜେପି ଦ୍ଵିତୀୟ ସ୍ଥାନ ବଜାୟ ରଖିଥିବାବେଳେ ମନ୍ଥର ଗତିରେ ଚାଲିଛି କଂଗ୍ରେସ।

Also Read

ଝାରସୁଗୁଡ଼ା ଉପନିର୍ବାଚନ ଫଳ: ଚାଲିଛି ଗଣତି, ୪ ରାଉଣ୍ଡରେ ଆଗରେ ବିଜେଡି

ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି: ଆଗରେ ବିଜେଡି, ଦ୍ଵିତୀୟରେ ରହିଛି ବିଜେପି

ଝାରସୁଗୁଡ଼ା ଲଢ଼େଇ: ବହୁ ଆଗରେ ବିଜେଡି, ମନ୍ଥର ଗତିରେ ଚାଲିଛି କଂଗ୍ରେସ

ବିଜୟ ଘୋଷଣା ପୂର୍ବରୁ ଦୀପାଳିଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ଶଙ୍ଖ ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ। ରଙ୍ଗ ଖେଳ ସହ ବାଜା ବଜାଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ ଚାଲିଛି।

Tags: #Politics #JharsugudaByelection #VoteCounting #Result

Comment