ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଭୋଟ ଗଣତିର ଦଶମ ରାଉଣ୍ଡରେ ବହୁ ଭୋଟରେ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ପୂର୍ବଭଳି ବିଜେପି ଦ୍ଵିତୀୟ ସ୍ଥାନ ବଜାୟ ରଖିଥିବାବେଳେ ମନ୍ଥର ଗତିରେ ଚାଲିଛି କଂଗ୍ରେସ।

ଦଶମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୫୭,୬୫୦ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୩୨,୧୬୬ ଭୋଟ ମିଳିଛି। କିନ୍ତୁ ଦଶମ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୩,୦୬୬ ଖଣ୍ଡ ଭୋଟ ମିଳିଛି।

ନବମ ରାଉଣ୍ଡ ଭୋଟ ଗଣତିରେ ବିଜେଡିକୁ ୫୧,୭୮୦ ଖଣ୍ଟ ଭୋଟ ମିଳିଥିବାବେଳେ ବିଜେପିକୁ ୨୮,୨୯୦ ଭୋଟ ଏବଂ କଂଗ୍ରେସକୁ ୨,୮୨୩ ଖଣ୍ଡ ଭୋଟ ମିଳିଥିଲା। ଅଷ୍ଟମ ରାଉଣ୍ଡ ଗଣତିରେ ବିଜେଡିକୁ ୪୭,୨୨୩, ବିଜେପିକୁ ୨୫,୫୫୭ ଏବଂ କଂଗ୍ରେସକୁ ୨୬୮୫ ଖଣ୍ଡ ଭୋଟ ମିଳିଥିଲା। ସେହିପରି ସପ୍ତମ ରାଉଣ୍ଡରେ ବିଜେଡିକୁ ୪୦,୨୨୦, ବିଜେପିକୁ ୨୧,୯୭୪ ଏବଂ କଂଗ୍ରେସକୁ ୨,୩୫୯ ଖଣ୍ଡ ଭୋଟ ମିଳିଥିଲା।

Also Read

ଝାରସୁଗୁଡ଼ା ଉପନିର୍ବାଚନ ଫଳ: ଚାଲିଛି ଗଣତି, ୪ ରାଉଣ୍ଡରେ ଆଗରେ ବିଜେଡି

ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି: ଆଗରେ ବିଜେଡି, ଦ୍ଵିତୀୟରେ ରହିଛି ବିଜେପି

ଏହା ପୂର୍ବରୁ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୩୫,୬୦୯ ଭୋଟି ମିଳିଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୧୯,୮୫୮ ଭୋଟ ଏବଂ ତୃତୀୟରେ ଥିବା କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଛି ମାତ୍ର ୧,୯୩୯। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ଶନିବାର ସକାଳ ୮ଟାରୁ ଚାଲିଛି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ଚାଲିଛି।

Tags: #Politics #JharsugudaByelection #VoteCounting #Result

Comment