ଓଡ଼ିଶାଲାଇଭ୍ ବ୍ୟୁରୋ

ସିବିଏସଇ ଦଶମ ପରୀକ୍ଷା ଫଳ ଆଜି ଦିନ ୧୨ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ବୋର୍ଡ ଓ୍ଵେବସାଇଟ୍ cbseresults.nic.in କିମ୍ଵା cbse.gov.in ରେ ନିଜର ଫଳ ଜାଣିପାରିବେ। ଏଥିସହ ଡିଜିଲକର ମାଧ୍ୟମରେ ମଧ୍ୟ ପଞ୍ଜୀକୃତ କରି ପ୍ରାର୍ଥୀମାନେ ନିଜର ପରୀକ୍ଷା ଫଳ ଜାଣିପାରିବେ। ଏନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି।

ସିବିଏସଇ ପକ୍ଷରୁ ମିଳିଥିବା ରୋଲ୍ ନମ୍ଵରକୁ ଓ୍ଵେବସାଇଟ୍‌ରେ ଦେଇ ଛାତ୍ରାଛାତ୍ରୀମାନେ ସେମାନଙ୍କର ପରୀକ୍ଷା ଫଳ ପାଇପାରିବେ। କୋଭିଡ ସଂକ୍ରମଣ କାରଣରୁ ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା।

ଏହାପୂର୍ବରୁ ଜୁଲାଇ ୩୦ତାରିଖରେ ସିବିଏସଇ ଦ୍ଵାରା ପରିଚାଳିତ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି।

Comment