ଓଡିଶାଲାଇଭ୍ ବ୍ୟୁରୋ

ସିବିଏସଇ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ରେଜଲ୍ଟ ବୁଧବାର ପ୍ରକାଶ ପାଇଛି। ସିବିଏସଇ ଅଫିସିଆଲ ଓ୍ଵେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି। ତେବେ ଯେଉଁ ଛାତ୍ରଛାତ୍ରୀମାନେ ଘରେ ବସି ରେଜଲ୍ଟ ଜାଣିବାକୁ ଚାହୁଁଛନ୍ତି ସେମାନେ ୭୭୩୮୨୯୯୮୯୯ ନମ୍ବରରେ ମେସେଜ୍ କରି ରେଜଲ୍ଟ ଜାଣିପାରିବେ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି।

ଛାତ୍ରଛାତ୍ରୀମାନେ ନିଜ ଫୋନ ନମ୍ବରରୁ CBSE10<Space><RollNo><Space><Admit Card ID> ଲେଖି ୭୭୩୮୨୯୯୮୯୯ ନମ୍ବରକୁ ପଠାଇବା ପରେ ରେଜଲ୍ଟ ଜାଣିପାରିବେ।

ଏହାଛଡ଼ା ଛାତ୍ରଛାତ୍ରୀମାନେ cbseresults.nic.in ୱେବସାଇଟ ଜରିଆରେ ନିଜର ରେଜଲ୍ଟ ଦେଖିପାରିବେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ପିଲାମାନେ cbse.nic.in ଏବଂ result.nic.in ସାହାଯ୍ୟରେ ମଧ୍ୟ ନିଜର ରେଜଲ୍ଟ ଦେଖିପାରିବେ।

ଏବର୍ଷ ମୋଟ ପାସ୍ ହାର ୯୧.୪୬ ପ୍ରତିଶତ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନଙ୍କ ପାସ୍ ହାର ଅଧିକ ରହିଛି। ୯୩.୩୧ ପ୍ରତିଶତ ଛାତ୍ରୀ ପରୀକ୍ଷାରେ ପାସ୍ କରିଥିବାବେଳେ ଛାତ୍ରମାନଙ୍କ ପାସ୍ ହାର ୯୦.୧୪ ପ୍ରତିଶତ ରହିଛି।

CGU newକେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ସର୍ବାଧିକ ୯୯.୨୩ ପ୍ରତିଶତ ରହିଛି। ନବୋଦୟ ବିଦ୍ୟାଳୟର ପାସ୍ ହାର ୯୮. ୬୬ ପ୍ରତିଶତ ରହିଥିବାବେଳେ ଘରୋଇ ସ୍କୁଲର ପାସ୍ ହାର ୯୨.୮୧ ପ୍ରତିଶତ ଅଛି। ଗତ ବର୍ଷ ଅପେକ୍ଷା ଏବର୍ଷ ପାସ୍ ହାର ୦.୩୬ ପ୍ରତିଶତ ଅଧିକ ରହିଛି।

Comment