ଓଡ଼ିଶାଲାଇଭ୍ ବ୍ୟୁରୋ

ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୯୧.୪୬ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ କରି ସୂଚନା ଦେଇଛନ୍ତି।

ଚଳିତବର୍ଷ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଯେଉଁମାନଙ୍କର ରେଜଲ୍ଟ ଆଜି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ cbseresults.nic.in ୱେବସାଇଟ ଜରିଆରେ ନିଜର ରେଜଲ୍ଟ ଦେଖିପାରିବେ ବୋଲି ପୋଖରିୟାଲ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହିତ ପିଲାମାନେ cbse.nic.in ଏବଂ result.nic.in ସାହାଯ୍ୟରେ ମଧ୍ୟ ନିଜର ରେଜଲ୍ଟ ଦେଖିପାରିବେ।CGU new

ଚଳିତ ବର୍ଷର ପରୀକ୍ଷାରେ ଛାତ୍ରୀମାନଙ୍କର ପାସହାର ୯୩.୩୧ ପ୍ରତିଶତ ରହିଥିବାବେଳେ ଛାତ୍ରମାନଙ୍କର ପାସହାର ୯୦.୧୪ ପ୍ରତିଶତ ରହିଛି। ଅନ୍ୟପଟେ ଭୁବନେଶ୍ୱରର ଛାତ୍ରଛାତ୍ରୀମାନଙ୍କର ପାସହାର ୯୩.୨୦ ପ୍ରତିଶତ ରହିଛି ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ଜୁଲାଇ ୧୩ ତାରିଖରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ମଧ୍ୟ ପ୍ରକାଶ ପାଇଥିଲା। ଯେଉଁଥିରେ ଛାତ୍ରଛାତ୍ରୀମାନେ ବେଶ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଜାତୀୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କର ପାସହାର ୮୮.୩୮ ପ୍ରତିଶତ ରହିଥିଲା। ଏହାର ଗୋଟିଏ ଦିନ ପରେ ଆଜି ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶିତ ହୋଇଛି।

Comment