ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ୱାଟସ୍‌ଆପ୍‌କୁ ଟକ୍କର ଦେବା ପାଇଁ ବାବା ରାମଦେବଙ୍କ ପତଞ୍ଜଳି କମ୍ୟୁନିକେସନ ପକ୍ଷରୁ ଲଞ୍ଚ କରାଯାଇଛି ନୂଆ ମେସେଜିଂ ଆପ୍ ‘କିମ୍ଭୋ’।

ଟେଲିକମ୍ ଏବଂ ସୋସିଆଲ ମିଡିଆ ସେକ୍ଟରରେ ପ୍ରବେଶ କରିଛନ୍ତି ଯୋଗଗୁରୁ ବାବା ରାମଦେବ। ପତଞ୍ଜଳି କମ୍ୟୁନିକେସନ ପକ୍ଷରୁ ନିକଟରେ ସିମ୍‌ ଉନ୍ମୋଚନ କରାଯିବା ପରେ ଆଜି ମେସେଜିଙ୍ଗ ଆପ୍ କିମ୍ଭୋ ଲଞ୍ଚ୍ କରାଯାଇଛି।

ବହୁଳ ବ୍ୟବହୃତ ଆପ୍‌ ହ୍ୱାଟସ୍‌ଆପକୁ ବାବା ରାମଦେବଙ୍କ ମେସେଜିଙ୍ଗ ଆପ୍ କିମ୍ଭୋ ଟକ୍କର ଦେବ ବୋଲି କୁହାଯାଉଛି। ଏହି ଆପ୍‌ର ଟ୍ୟାଗଲାଇନ ରହିଛି ‘ଅବ୍ ଭାରତ ବୋଲେଗା’।

“ସିମ୍‌ ପରେ ବାବା ରାମଦେବ କିମ୍ଭୋ ଆପ୍ ଲଞ୍ଚ୍ କରିଛନ୍ତି। ଏହା ଭାରତୀୟ ଟେଲିକମ୍ ମାର୍କେଟ ପାଇଁ ଖୁସିର କଥା। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଆପ୍‌ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବ। ହ୍ୱାଟସ୍‌ଆପ୍‌କୁ ସିଧା ଟକ୍କର ଦେବ କିମ୍ଭୋ ଆପ୍। ଗୁଗୁଲ ପ୍ଲେ ଷ୍ଟୋରରୁ ଏହା ଡାଉନଲୋଡ କରିହେବ”, କହିଛନ୍ତି ପତଞ୍ଜଳିର ମୁଖପାତ୍ର ଏସ୍‌କେ ତିଜିରାୱାଲା।

ଏହି ଆପ୍‌କୁ ମେ ୩୦ରେ ଅପଡେଟ କରାଯାଇଛି। ଏହି ଆପ୍‌ରେ ଭିଡିଓ କଲିଂ ଫିଚର୍ସ ସହ ଟେକ୍ସଟ ମେସେଜ, ଭିଡିଓ, ଫଟୋ ଏବଂ ଅଡିଓ କ୍ଲିପ୍ ମଧ୍ୟ ସେୟାର କରିହେବ।

LEAVE A REPLY

Please enter your comment!
Please enter your name here