ଓଡ଼ିଶାଲାଇଭ୍ ବ୍ୟୁରୋ

instagram threads

ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଫେସବୁକ୍ ତାର ୟୁଜର୍ସମାନଙ୍କ ପାଇଁ ଇନଷ୍ଟାଗ୍ରାମ ଥ୍ରେଡସ୍ ନାମକ ଏକ ଆପ୍ ଲଞ୍ଚ କରିଛି। ଯେଉଁଥିରେ ଆପଣ କେବଳ ନିଜର ନିକଟତମ ବନ୍ଧୁମାନଙ୍କ ସହ ଚ୍ୟାଟ୍, ଭିଡିଓ ଓ ଷ୍ଟାଟସ୍ ସେଆର କରିପାରିବେ।

ଏହି ଆପ୍ ୟୁଜରମାନଙ୍କ ଗୋପନୀୟତା ଓ ସୁରକ୍ଷା ପ୍ରତି ଦୃଷ୍ଟି ଦେବ। ଏହି ଆପଟି ଏବେ ଉଭୟ ଆଇଓଏସ୍ ଓ ଆଣ୍ଡ୍ରଏଡ ଫୋନରେ ପାଇପାରିବେ।

instagram threads

ଏହି ଆପ ଜରିଆରେ ଆପଣ ନିଜର ନିକଟତମ ବନ୍ଧୁଙ୍କ ଗୋଟିଏ ଲିଷ୍ଟ ତିଆରି କରି ସେମାନଙ୍କ ସହ ନିଜର ଫୋଟୋ ଓ ଭିଡିଓ ସେଆର କରିପାରିବେ। ଏହାସହ କେବଳ ନିଜ ନିକଟ ବନ୍ଧୁମାନଙ୍କ ସହ ଚ୍ୟାଟ୍ କରିପାରିବେ। ଏହା ସାହାଯ୍ୟରେ ଯୁଜର୍ସ ନିଜ ସାଙ୍ଗମାନଙ୍କ ସହ ଖୁବଶୀଘ୍ର ଫୋଟୋ ଓ ଭିଡିଓ ସେଆର କରିପାରିବେ ବୋଲି କମ୍ପାନି ପକ୍ଷରୁ କହାଯାଇଛି।

Comment