ଓଡ଼ିଶାଲାଇଭ୍‌ ବ୍ୟୁରୋ

     ଆଇପିଏଲ ୨୦୧୮ରେ ଖେଳାଳିଙ୍କ ଅପେକ୍ଷା ସେମାନଙ୍କ ପତ୍ନୀଙ୍କ ଚର୍ଚ୍ଚା ବେଶୀ ଜୋର ଧରିଥିଲା।

କେବଳ ଦର୍ଶକ ନୁହେଁ ଖେଳାଳିଙ୍କ ପତ୍ନୀ ଓ ପିଲାମାନେ ମଧ୍ୟ ଏହି ଆଇପିଏଲ ମହାସମର ଉପଭୋଗ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହୁଥିଲେ। ବିଦେଶରୁ ଆସିଥିବା ଖେଳାଳିଙ୍କ ପତ୍ନୀ ହୁଅନ୍ତୁ କିମ୍ବା ଭାରତୀୟ ଖେଳାଳିଙ୍କ ପରିବାର ସମସ୍ତେ ନିଜ ପ୍ରିୟ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଆଇପିଏଲ ୨୦୧୮ରେ ଖେଳାଳିଙ୍କ ଅପେକ୍ଷା ସେମାନଙ୍କ ପତ୍ନୀ ଓ ପ୍ରେମିକାଙ୍କ ଚର୍ଚ୍ଚା ବେଶୀ ଜୋର ଧରିଥିଲା। ସମସ୍ତଙ୍କଠାରୁ ବେଶୀ ଚର୍ଚ୍ଚାରେ ଥିଲେ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା।

ଅନୁଷ୍କା ଶର୍ମା

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ମ୍ୟାଚ୍‌ ବେଳେ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ଆଇପିଏଲ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ ନିକଟରେ ବିବାହ କରିଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା। ଆରସିବି ଖେଳୁଥିବା ପ୍ରତି ମ୍ୟାଚରେ ଷ୍ଟାଡିୟମରେ ଉପସ୍ଥିତ ରହି ବିରାଟଙ୍କ ପ୍ରତି ସଟ୍‌ରେ ତାଳି ମାରୁଥିଲେ ଅନୁଷ୍କା। ବିରାଟ ଛକା ମାରିଲେ ଅନୁଷ୍କା ଫ୍ଲାଇଙ୍ଗ କିସ୍‌ ଦେଇ ନିଜ ଖୁସି ଜାହିର କରୁଥିବାର ନଜର ଆସିଥିଲେ।ଏହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା।

ସାକ୍ଷୀ ଧୋନି

କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ବିବାହ ପରେ ସାକ୍ଷୀ ପ୍ରାୟ ସବୁ ମ୍ୟାଚ୍‌ରେ ମାହିଙ୍କୁ ଚିୟର କରିବା ପାଇଁ ଯାଇଥାନ୍ତି। ବିଶ୍ୱର ଯେଉଁଠିକୁ ବି ପତି ମହେନ୍ଦ୍ର ସିଂହ ଧୋନି ଯାଆନ୍ତି ଷ୍ଟାଣ୍ଡ୍‌ରେ ସାକ୍ଷୀ ଷ୍ଟାଡିୟମରେ ରହି ପୂରା ସମର୍ଥନ ଦେଇଥାନ୍ତି। ଚଳିତ ଆଇପିଏଲ୍‌ରେ ସାକ୍ଷୀ ଏବଂ ତାଙ୍କ ୩ ବର୍ଷର ଝିଅ ଜିଭାଙ୍କ ଉପସ୍ଥିତ ଥିଲେ। ନିଜ ଗ୍ଲାମରସ୍‌ ଲୁକ୍‌ ପାଇଁ ମଧ୍ୟ ସାକ୍ଷୀ ବେଶ୍ ପରିଚିତ। ଏଥିପାଇଁ ସେ ସୋସିଆଲ ମିଡିଆରେ ସର୍ବଦା ଆଗରେ ଥାନ୍ତି।

ପ୍ରିୟଙ୍କା ରୈନା

ସୁରେଶ ରୈନା ବହୁଦିନ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସୁରେଶ ରୈନାଙ୍କ ପତ୍ନୀ ପ୍ରିୟଙ୍କା ରୈନା ଝିଅ ଗ୍ରାସିଆ ସୁରେଶଙ୍କୁ ଚିୟର କରିବା ପାଇଁ ଆଇପିଏଲରେ ପଡ଼ିଆରେ ଉପସ୍ଥିତ ରହି ଉତ୍ସାହିତ କରୁଥିଲେ।

ପ୍ରୀତି ନାରାୟଣ

ଗତ ଆଇପିଲରେ କିଙ୍ଗସ ଏକାଦଶ ପଞ୍ଜାବର ନେତୃତ୍ୱ ନେଇଥିବା ପତି ଅଶ୍ୱିନୀଙ୍କ ପାଇଁ ପ୍ରୀତି ପଡ଼ିଆରେ ଉପସ୍ଥିତ ରହି ଦଳକୁ ପୂରା ସମର୍ଥନ ଦେଇଥିଲେ। ଚେନ୍ନାଇର ଏସ୍‌ଏନ୍‌ ଇଂଜିନିୟରିଂ କଲେଜ୍‌ରେ ପ୍ରୀତି ଏବଂ ରବିଚନ୍ଦ୍ରନ୍‌ ଅଶ୍ୱିନୀଙ୍କ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା। ଏହାପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପ୍ରୀତି ହେଉଛନ୍ତି ଅଶ୍ୱିନୀଙ୍କ ସବୁଠୁ ବଡ଼ ପ୍ରଶଂସକ। ଏହାସହ ପ୍ରୀତି ଜଣେ ଫେଶନ୍ ଡିଜାଇନର୍।

ଋତିକା ସାଜଦେ

ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ପତ୍ନୀ ଋତିକା ମଧ୍ୟ ଲୋକପ୍ରିୟତାରୁ ବାଦ୍‌ ପଡ଼ିନାହାନ୍ତି। ଆଇପିଏଲ ହେଉ କିମ୍ବା ଭାରତୀୟ ଦଳ ଖେଳୁଥିବା ମ୍ୟାଚରେ ପଡ଼ିଆରେ ଉପସ୍ଥିତ ରହି ରୋହିତଙ୍କୁ ଚିୟର କରନ୍ତି ଋତିକା। ରୋହିତଙ୍କ ପ୍ରତି ସଟରେ ଛିଡ଼ା ହୋଇ ତାଳି ମାରିଥାନ୍ତି ଋତିକା।

ରାଧିକା ରାହାଣେ

ପତି ଅଜିଙ୍କ୍ୟ ରାହାଣେଙ୍କ ପରି ରାଧିକା ମଧ୍ୟ ଶାନ୍ତ ସ୍ଵଭାବର। ସେ ମଧ୍ୟ  ମ୍ୟାଚ୍‌ ବେଳେ ଲଗାତାର ବିଫଳ ରାହାଣେଙ୍କୁ ଉତ୍ସାହିତ କରି ଚାଲିଥିଲେ।

ଗୀତା ବାସ୍ରା

ହରଭଜନ ସିଂହଙ୍କ ପତ୍ନୀ ଗୀତା ବାସ୍ରା ଜଣେ ମଡେଲ ଓ ଅଭିନେତ୍ରୀ। ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଆଇପିଏଲ ଖେଳୁଥିବା ହରଭଜନ ସିଂହ ଖେଳ ଦେଖିବାକୁ ଗୀତା ସର୍ବଦା ଷ୍ଟାଡିୟମରେ ଉପସ୍ଥିତ ରହୁଥିଲେ।

ଆୟେଶା ଧାଓ୍ଵନ୍

ଆୟେଶା ମୁଖାର୍ଜୀ ଧାଓ୍ଵନ୍‌ଙ୍କୁ ପତି ଶିଖର ଧାଓ୍ଵନ୍‌ଙ୍କୁ ଆଇପିଏଲ ମ୍ୟାଚ ବେଳେ ଚିୟର କରୁଥିବାର ଦେଖାଯାଇଥିଲା। ହାଇଦ୍ରାବାଦ ସନ୍‌ରାଇଜର୍ସର ଜର୍ସି ପିନ୍ଧି ପଡ଼ିଆରେ ଆୟେଶା ପଡ଼ିଆରେ ଶିଖରଙ୍କୁ ଉତ୍ସାହିତ କରିବାର ଦେଖିବାକୁ ମିଳିଥିଲା। ଶିଖରଙ୍କ ପତ୍ନୀ ଜଣେ ମୁଷ୍ଟିଯୋଦ୍ଧା ଖେଳାଳି। ଆୟେଶାଙ୍କ ଲୁକ୍‌ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା।

ହେଜେଲ କିଚ

ଯୁବରାଜ ସିଂହଙ୍କ ପତ୍ନୀ ହେଜେଲ୍‌ କିଚ୍‌ଙ୍କୁ କିଙ୍ଗସ ଏକାଦଶ ପଞ୍ଜାବର ପ୍ରତିଟି ମ୍ୟାଚ୍‌ରେ ବେଳେ ଦଳର ପତାକା ଧରି ଠିଆ ହେବାର ଦେଖାଯାଇଥିଲା। ଗତ ଆଇପିଏଲରେ ଯୁବରାଜଙ୍କ ପ୍ରଦର୍ଶନ ଭଲ ନଥିଲେ ମଧ୍ୟ ହେଜେଲ ଦର୍ଶକଙ୍କ ମନ ଜିଣିଥିଲେ।

Comment