ଓଡ଼ିଶାଲାଇଭ୍ ବ୍ୟୁରୋ

ମୋଦି ସରକାରର ୪ବର୍ଷ କାର୍ଯ୍ୟକାଳ ଭିତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଥମଥର ପାଇଁ ରେପୋ ରେଟ ବୃଦ୍ଧି କରିଛନ୍ତି। ଫଳରେ ବ୍ୟାଙ୍କରୁ ଋଣ ନେବା ଏବେ ମହଙ୍ଗା ପଡ଼ିପାରେ।

ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବୃଦ୍ଧି କରିଛନ୍ତି। ଦୀର୍ଘ ଚାରି ବର୍ଷ ପରେ ରେପୋ ରେଟ ୦୨୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଗାଡ଼ି, ଘର ଓ ଅନ୍ୟାନ୍ୟ ଋଣ ମହଙ୍ଗା ହେବ।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିବାରୁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି। କୃଷକ ଆନ୍ଦୋଳନ ଯୋଗୁଁ ପନିପରିବାର ଦର ମଧ୍ୟ ବୃଦ୍ଧି ପାଇଛି। ଏହାକୁ ଲକ୍ଷ୍ୟ ରଖି ଆରବିଆଇ ରେପୋ ରେଟ ରିଭର୍ସ ରିପୋ ରେଟ୍‍ ବୃଦ୍ଧି କରିଛନ୍ତି।

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ଅବସରରେ ଆରବିଆଇ ରେପୋ ରେଟ୍‍ ବୃଦ୍ଧି ପରେ ବର୍ତ୍ତମାନ ରେପୋ ରେଟ୍‍ ୬.୨୫ ପ୍ରତିଶତ ଓ ରିଭର୍ସ ରିପୋ ରେଟ୍‍ ୬ ପ୍ରତିଶତକୁ ବୃଦ୍ଧି ପାଇଛି।

ଏହି ସମୀକ୍ଷା ବୈଠକରେ ଆରବିଆଇର ମୁଦ୍ରା ନୀତି ନିର୍ଦ୍ଧାରଣ କମିଟି କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଗୁରୁତ୍ୱ ଦେଇଥିଲେ।

Comment