ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ଓଡ଼ିଶାର ସାଂସଦ ମାନଙ୍କ କାର୍ଯ୍ୟଦକ୍ଷତା ସମ୍ପର୍କରେ ଏବେ କିଛି ତଥ୍ୟ ଆସିଛି। ଗୃହରେ ଉପସ୍ଥିତ ରହିବା, ପ୍ରଶ୍ନ ପଚାରିବା, ବିଭିନ୍ନ ଆଲୋଚନାରେ ଭାଗ ନେବା ଓ ଏମପିଲାଡ଼ ଫଣ୍ଡ ଖର୍ଚ୍ଚ କରିବା ଆଦି ମାନକକୁ ନେଇ ହୋଇଥିବା ଏହି ଅଧ୍ୟୟନରେ ଯେଉଁ ତଥ୍ୟ ପଦାକୁ ଆସିଛି ସେଥିରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଏକ ନମ୍ବର ସ୍ଥାନ ଅଧିକାର କରିଥିବାବେଳେ ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦାଙ୍କ ପ୍ରଦର୍ଶନ ସବୁଠୁ ନିରାଶଜନକ।
ମୋଟ ୨୧ ଜଣ ସାଂସଦଙ୍କ ଭିତରୁ ଭର୍ତ୍ତୃହରି ୫୫ ପ୍ରତିଶତ ସ୍କୋର ହାସଲ କରି ଏକ ନମ୍ୱରରେ ଥିବା ବେଳେ ମୟୁରଭଞ୍ଜ ସାଂସଦ ସବୁଠାରୁ କମ ସ୍କୋର କରିଛନ୍ତି(୧୮%)।
ମୟୁରଭଞ୍ଜ ସାଂସଦଙ୍କ ସବା ପଛରେ ରହିବାର କାରଣ ବି ରହିଛି। ନବଦିଗନ୍ତ ଚିଟଫଣ୍ଡ ମାମଲାରେ ହାଂସଦା ଏବେ ଝାରପଡ଼ା ଜେଲରେ ଅଛନ୍ତି।
ଉତ୍ତମ ପ୍ରଦର୍ଶନ କରିବା କ୍ଷେତରେ ଭର୍ତ୍ତୃହରିଙ୍କ ପଛକୁ ଅଛନ୍ତି ଜଗତସିଂହପୁର ସାଂସଦ ଡାକ୍ତର କୁଳମଣି ସାମଲ ଓ ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା।















