ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଦୀପ୍ତ ମହାପାତ୍ର। ଶୁକ୍ରବାର ଅପରାହ୍ଣରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଦାୟିତ୍ୱ ନେଇଛନ୍ତି ପ୍ରଦୀପ୍ତ। ପୂର୍ବରୁ ପ୍ରଦୀପ୍ତ ଦୁଇ ଥର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରହିଥିଲେ। ତୃତୀୟ ଥର ପାଇଁ ସେ ତାଙ୍କୁ ପୁଣି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଇଛନ୍ତି।

“ତୃତୀୟ ଥର ପାଇଁ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱ ନେଇଛି। ଶ୍ରୀମନ୍ଦିରରେ କିପରି ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେ ଦିଗ ଉପରେ ଧ୍ୟାନ ଦେବି। ଏହାସହ ଯାତ୍ରୀ ଏବଂ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ। ଜଣେ ଯାତ୍ରୀ ପୁରୀ ଆସି ଯିବା ପରେ ଯେମିତି ଆଉ ଥରେ ଆସିବାକୁ ଇଚ୍ଛା କରିବ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଫୋକସ୍ ଦିଆଯିବ”, କହିଛନ୍ତି ପ୍ରଦୀପ୍ତ ମହାପାତ୍ର।

ପ୍ରଦୀପ୍ତ ଆହୁରି କହିଛନ୍ତି ଯେ ମୁଁ କୌଣସି ବିବାଦ ଭିତରେ ନାହିଁ। ମୁଁ ନୂଆ ଦାୟିତ୍ୱ ନେଇଛି। ସରକାର ମୋତେ ଶ୍ରୀମନ୍ଦିର ପରିଚାଳନା ପାଇଁ ଦାୟିତ୍ୱ ଦେଇଛନ୍ତି। ତାକୁ ମୁଁ ଠିକ୍ ଭାବେ ତୁଲାଇବି।

୧୨ ତାରିଖରେ ଛତିଶା ନିଯୋଗ ବୈଠକ ପରେ ପ୍ରଦୀପ ଜେନାଙ୍କୁ ମୁଖ୍ୟ ପ୍ରଶାସକ ପଦରୁ ହଟାଇ ଦିଆଯାଇଥିଲା। ତାଙ୍କ ଜାଗାରେ ପ୍ରଦୀପ୍ତ ମହାପାତ୍ରଙ୍କୁ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦିଆଯାଇଥିଲା। ବର୍ତ୍ତମାନ ପ୍ରଦୀପ୍ତ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି।

LEAVE A REPLY

Please enter your comment!
Please enter your name here