ଓଡ଼ିଶାଲାଇଭ୍‌ ବ୍ୟୁରୋ

ମକା ପୋଡ଼ା ହେଉ ବା ସିଝା ଉଭୟ ପାଟିକୁ ଖୁବ୍‌ ସ୍ୱାଦିଷ୍ଟ ଲାଗିଥାଏ। ମକା କେବଳ ଖାଇବାକୁ ଭଲ ଲାଗେ ତାହା ନୁହେଁ, ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ।

ମକାରେ ଫୋଲିକ ଏସିଡ, ପ୍ରୋଟିନ, କାର୍ବୋହାଇଡ୍ରେଟ ଓ ଅନ୍ୟ ପୌଷ୍ଟିକ ତତ୍ତ୍ୱ ରହିଛି। ମକାରେ ଭିଟାମିନ-ଏ, ଭିଟାମିନ-ବି, ଭିଟାମିନ- ଭି, ମିନେରାଲ୍ସ, ମେଟାବୋଲିଜିମ୍ ଫାଇବର ପ୍ରଚୁର ମାତ୍ରାରେ ଭରି ରହିଛି।

ଆସନ୍ତୁ ଜାଣିବା ମକା ଖାଇଲେ ଶରୀର ପାଇଁ କ’ଣ ଲାଭଦାୟକ ହୋଇଥାଏ-

ଗର୍ଭବତୀ ମହିଳା

ଗର୍ଭବତୀ ମହିଳାଙ୍କ ପାଇଁ ମକା ଏକ ଉତ୍ତମ ଖାଦ୍ୟ। ଏଥିରେ ଫୋଲିକ୍‌ ଏସିଡ୍ ଭରପୂର ମାତ୍ରାରେ ଥିବାରୁ ଗର୍ଭସ୍ଥ ଶିଶୁକୁ ପୋଷଣ ଯୋଗାଇଥାଏ।

ହାଡ଼ ମଜବୁତ

ମକା ଖାଇବା ଦ୍ୱାରା ହାଡ ମଜବୁତ ହୋଇଥାଏ।  ମକାରେ ଥିବା ଜିଙ୍କ, ଫସଫରସ, ମାଗ୍ନେସିୟମ ଓ ଆଇରନ ହାଡକୁ ମଜଭୁତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ। ତେଣୁ ନିଜେ ଖାଇବା ସହ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ।

ହଜମ
ଖାଦ୍ୟ ହଜମ କରିବାରେ ମକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ଥିବା ପ୍ରଚୁର ମାତ୍ରାରେ ଫାଇବର ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ।

ତ୍ୱଚା ଉଜ୍ଜଳ

ମକାରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ତ୍ୱଚାକୁ କୋମଳ ଓ ଅଧିକ ସମୟ ଯାଏଁ ଉଜ୍ଜଳ ରଖିଥାଏ। ମକାରେ ଭିଟାମିନ ଏ ଓ ସି ଭରପୁର ମାତ୍ରାରେ ଥାଏ। ଏହାସହ ତ୍ୱଚା କୁଞ୍ଚନରୁ ମୁକ୍ତ କରେ ମକା।

ଆଖି ସମସ୍ୟା

ମକାରେ ବିଟା କ୍ୟାରୋଟିନ, ଭିଟାମିନ ଏ ଥାଏ ଯାହା ଆଖି ପାଇଁ ବହୁତ ଲାଭପ୍ରଦ। ଏହା ଆଖିର ସମସ୍ୟାକୁ କମ କରେ ଓ ଦୃଷ୍ଟି ଶକ୍ତି ବଢ଼ାଏ।

କିଡନୀ ସମସ୍ୟା

କିଡନୀ ପାଇଁ ମଧ୍ୟ ମକା ବେଶ ଭଲ। ମକା ଦାନାରେ ଆଇରନ, କପର ଓ ଫସଫରସ୍ ରହିଛି। ଏହା ଖାଇବା ଦ୍ୱାରା କିଡନୀ ସୁସ୍ଥ ରହିଥାଏ।

କୋଲେଷ୍ଟ୍ରଲ କମାଏ

ମକାରେ ଭିଟାମିନ ସି, କ୍ୟାରେଟେନାଇଡସ ଓ ଫାଇବର ଭରପୁର ମାତ୍ରାରେ ଥାଏ। ଏହା କୋଲେଷ୍ଟ୍ରଲକୁ କମ କରିବାରେ ସହାୟକ ହୋଇଥାଏ।

କୋଷ୍ଠକାଠିନ୍ୟ ଓ ପେଟ କ୍ୟାନସର

ମକା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ପେଟ କ୍ୟାନସର ହେବାର ସମ୍ଭାବନା କମ ଥାଏ।

Comment