ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ବିଟ୍‌କୁ ଆମେ ସାଲାଡ ପ୍ରସ୍ତୁତରେ ବ୍ୟବହାର କରିଥାଉ। ବିଟ୍‌କୁ ଚୋପା ଛଡ଼ାଇ ଧୋଇକି ଚୋବାଇ ଖାଇଲେ ଏହା ଶରୀରରେ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ।

  • କେଶକୁ ଘନ କରିବାରେ ସହାୟକ ହୁଏ ବିଟ। ଏହାବ୍ୟତୀତ ବିଟ ରସକୁ ମୁଣ୍ଡର କେଶ ନଥିବା ସ୍ଥାନରେ ମାଲିସ କରିବା ଦ୍ୱାରା ସେଠାରେ ନୂଆ କେଶ ସୃଷ୍ଟି ହୋଇଥାଏ।
  • ବିଟ ରକ୍ତ ଅଭାବକୁ ଦୂର କରିଥାଏ। ଏଥିରେ ନାଇଟ୍ରିକ୍ ଏସିଡ ଥିବାରୁ ଶରୀରରେ ରକ୍ତର ପରିମାଣ ବଢ଼ାଏ।
  • ଶିଶୁଙ୍କ ଦାନ୍ତରେ ଯନ୍ତ୍ରଣା ହେଉଥିଲେ ବିଟରସକୁ ପାଟିରେ ରଖି ଦାନ୍ତ ଚାରିପଟେ ବୁଲାଇ କୁଳି କରିବା ଦ୍ୱାରା ଉପଶମ ମିଳିଥାଏ।
  • ବିଟ୍ ଖାଇଲେ ଶରୀରର ଶକ୍ତି ବଢ଼େ।
  • ଯଦି ଆପଣଙ୍କର ମାଇଗ୍ରେନ ଭଳି ସମସ୍ୟା ଅଛି ତେବେ ବିଟ ରସକୁ ହାଲୁକା ଗରମ କରି ନାକରେ ପକାନ୍ତୁ ଖୁବ ଶୀଘ୍ର ମାଇଗ୍ରେନ ଭଳି ଯନ୍ତ୍ରଣାରୁ ଆପଣଙ୍କୁ ଉପଶମ ମିଳିବ।
  • ବିଟରେ କ୍ୟାଲସିୟମ ଅଧିକ ପରିମାଣରେ ଥିବାରୁ ହାଡ଼ ମଜବୁତ ହୋଇଥାଏ।
  • ମହିଳାମାନଙ୍କ ପାଇଁ ବିଟ୍‌ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ ଖାସ୍ କରି ଗର୍ଭବତୀ ମହିଳାମାନେ ବିଟ୍‌ ନିହାତି ଖାଆନ୍ତୁ।

Comment