ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ଷୁଦ୍ର ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ର ‘ଜିନା ଜରୁରୀ ହୈ’ ର ସ୍କ୍ରିନିଂ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ ହୋଇଯାଇଛି। ଏହି ଅବସରରେ ଏକ ଅଡିଓ ସିଡି ରିଲିଜ ହୋଇଛି। ଖୁବଶୀଘ୍ର ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବାକୁ ଯାଉଛି।

ଆର୍‌ ଆର୍‌ ଇଭେଣ୍ଟସ୍ ବ୍ୟାନରରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ରମେଶ ବାରିକ। ନିର୍ଦ୍ଦେଶନା ଓ କାହାଣି ଲେଖିଛନ୍ତି ବିଦୁ। ଏହି ଫିଲ୍ମରେ ନାୟକ ଭୂମିକାରେ ସିଦ୍ଧାର୍ଥ ଶୁକ୍ଲା ଏବଂ ନାୟିକା ଭାବେ ଦୀପିକା ତ୍ରିପାଠୀ ଅଭିନୟ କରିଛନ୍ତି।

ଗୀତ ଲେଖିଛନ୍ତି ପୁବଞ୍ଚି ଜାଲୋନଭି। ସାବାବ ସରାବି ଏବଂ ପଲକ ମୁଚଲ ଏହି ଫିଲ୍ମରେ କଣ୍ଠଦାନ କରିଛନ୍ତି। ଏହି କ୍ଷୁଦ୍ର ସଙ୍ଗୀତ ଭିତ୍ତିକ ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

Comment