ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭୂତପୂର୍ବ ନିରାପତ୍ତା ମଧ୍ୟରେ ଜାମ୍ମୁର ଭଗବତ ନଗରସ୍ଥିତ ମୂଳ କ୍ୟାମ୍ପରୁ ପ୍ରଥମ ବ୍ୟାଚ୍‌ ଯାତ୍ରୀ ବାର୍ଷିକ ଅମରନାଥ ଯାତ୍ରା ଆରମ୍ଭ କରିଛନ୍ତି।

ପବିତ୍ର ଅମରନାଥ ଯାତ୍ରା ଆରମ୍ଭ। ବାବା ଅମରନାଥଙ୍କ ଦର୍ଶନ ପାଇଁ ସାରା ଦେଶରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଜାମ୍ମୁ ବେସ୍ କ୍ୟାମ୍ପରୁ ବାହାରିଛନ୍ତି ପ୍ରଥମ ବ୍ୟାଚ୍ ଯାତ୍ରୀ। ବୁଧବାରଦିନ ଜାମ୍ମୁ ଓ କଶ୍ମୀର ମୁଖ୍ୟ ଶାସନ ସଚିବ ବିଭିଆର୍‌ ସୁବ୍ରମଣିୟାନ୍‌, ରାଜ୍ୟପାଳଙ୍କ ଉପଦେଷ୍ଟା ବିବି ବ୍ୟାସ ଏବଂ ବିଜୟ କୁମାର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

କଡ଼ା ସୁରକ୍ଷା ବଳୟ ମଧ୍ୟରେ ତୀର୍ଥ ଯାତ୍ରୀଙ୍କୁ ବାଲ୍‌ଘାଟ ଯାଏ ନିଆଯିବ। ସେହିଠାରୁ ହିଁ ଆରମ୍ଭ ହେବ ଅମରନାଥ ଯାତ୍ରା। ୩ ହଜାର ୮ ଶହ ୮୦ ମିଟର ଉଚ୍ଚ ଗୁମ୍ପା ଯାଏ ଯିବେ ଯାତ୍ରୀ।

ଏହି ସମୟରେ ଯାତ୍ରୀଙ୍କ ରହଣୀ ପାଇଁ ବିଭିନ୍ନ ସ୍ଥାନରେ ବେସ୍ କ୍ୟାମ୍ପର ଆୟୋଜନ ହୋଇଛି । ଯାତ୍ରୀଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି। ଏହାଛଡ଼ା ଯାତ୍ରାକୁ ସୁରକ୍ଷିତ କରିବା ପାଇଁ କଡ଼ା ବ୍ୟବସ୍ଥା କରାଯାଇଛି।

ସିଆର୍‌ପିଏଫ୍, ସେନା ଏବଂ ଅନ୍ୟ ପାରା ମିଲିଟାରୀ ଫୋର୍ସ ବିଭିନ୍ନ ଅଞ୍ଚଳର ତଦାରଖ କରିବେ। ପ୍ରଥମଥର ପାଇଁ ସିଆର୍‌ପିଏଫ୍ ଯବାନଙ୍କୁ ନେଇ ଗଠନ କରାଯାଇଛି ବାଇକ୍ ସ୍କ୍ୱାଡ।

ଅମରନାଥ ଯାତ୍ରା ନିମନ୍ତେ ହୋଇଥିବା ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିବାକୁ ସିଆର୍‌ପିଏଫ୍‌ର ଆଇଜି ଅଭୟ ବୀର ଚୌହାନ ସେ ଅଞ୍ଚଳରେ ଅବସ୍ଥାପିତ ବରିଷ୍ଠ ଅଧିକାରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଗତବର୍ଷ ଜୁଲାଇ ୧୦ ତାରିଖରେ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଥିଲେ।

Comment