ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏ ବର୍ଷର ଅମରନାଥ ଯାତ୍ରା ଜୁଲାଇ ୨୧ରୁ ହୋଇପାରେ। କରୋନାକୁ ଦୃଷ୍ଟିରେ ମାତ୍ର ୧୦ ହଜାର ଭକ୍ତଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିବ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରାଯାଉଛି।

ଏଥର ଅମରନାଥ ଯାତ୍ରା କେବଳ ବାଲଟାଲ ରୁଟରୁ ହେବ। ହେଲିକପ୍ଟର ଯୋଗେ ଯାତ୍ରା କରିବାକୁ ମଧ୍ୟ ବିଚାର କରାଯାଉଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ସୂଚନାନୁସାରେ, ଗୋଟିଏ ଦିନରେ କେବଳ ୫୦୦ଭକ୍ତଙ୍କୁ ଗୁମ୍ଫା ଭିତରକୁ ଯିବାକୁ ଅନୁମତି ଦିଆଯିବ।

ଭକ୍ତଙ୍କ କରୋନା ଟେଷ୍ଟ ହେବ। କରୋନା ଟେଷ୍ଟ ନେଗେଟିଭ ଆସିଲେ ଯାଇ ଭକ୍ତ ଯାତ୍ରା କରିପାରିବେ। ସେହିପରି ୫୫ ବର୍ଷ ବୟସରୁ ଅଧିକ ଲୋକଙ୍କ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ। ମାତ୍ର ୨ ସପ୍ତାହ ଅମରନାଥ ଯାତ୍ରା ପାଇଁ ଏଥର ବ୍ୟବସ୍ଥା କରାଯାଉଛି। ରାକ୍ଷୀ ପୂର୍ଣ୍ଣିମା ଅର୍ଥାତ୍‌ ଅଗଷ୍ଟ ୩ରେ ତାରିଖରେ ଯାତ୍ରା ଶେଷ ହେବ।

Comment