ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅସରାଏ ବର୍ଷାରେ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଉବୁଟୁବୁ ହୋଇଛି।

ମୌସୁମୀ ବର୍ଷାରେ ଆଜି ଭିଜୁଛି ସାରା ଓଡ଼ିଶା। ଡହ ଡହ ଖରାରୁ ଆଶ୍ୱସ୍ତ ହୋଇଛନ୍ତି ଲୋକେ। ହେଲେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିସରରୁ ପାଣି ନିଷ୍କାସନ ହୋଇପାରୁ ନଥିବାରୁ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ପ୍ରାୟ ୨ ଫୁଟର ପାଣି କୋଣାର୍କ ପରିସରରେ ଜମି ରହିଛି। ପର୍ଯ୍ୟଟକମାନେ ଆଣ୍ଠୁଏ ପାଣିରେ କୋଣାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି।

ଗତବର୍ଷ ମଧ୍ୟ କୋଣାର୍କରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଅସରାଏ ବର୍ଷାରେ କୋଣାର୍କ ଉବୁଟୁବୁ ହୋଇଥିଲା। ଜଳ ନିଷ୍କାସନ କରିବାକୁ ଦାବି ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ହୋଇନାହିଁ। ଫଳରେ ମୌସୁମୀର ପ୍ରଥମ ବର୍ଷାରେ କୋଣାର୍କ ପୁଣି ପାଣିଘେରରେ ରହିଛି।

ଅସରାଏ ବର୍ଷାରେ କୋଣାର୍କ ଉବୁଟୁବୁ ହୋଇଥିବାରୁ ପ୍ରବଳ ବର୍ଷା ହେଲେ ଅବସ୍ଥା କ’ଣ ହେବ ତାହା ଏବେଠାରୁ ସ୍ପଷ୍ଟ ଅନୁମାନ କରିହେଉଛି।

ସେହିପରି ପୁରୀ ବଡ଼ଦାଣ୍ଡରେ ମଧ୍ୟ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି। ଡ୍ରେନେଜ ବ୍ୟବସ୍ଥା ଥିଲେ ବି ବଡ଼ଦାଣ୍ଡରୁ ପାଣି ନିଷ୍କାସନ ହୋଇପାରୁ ନାହିଁ।

Comment