ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା କଲୋନୀ ପଡ଼ା ଗାଁରେ ଏକ ଅଭାବନୀୟ ଘଟଣା। ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଛି।

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା କଲୋନୀ ପଡ଼ା ଗାଁର କୁପରଚନ୍ଦ ବଛା ଗତକାଲି ରାତିରେ ତାଙ୍କ ପତ୍ନୀଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ପତ୍ନୀଙ୍କୁ ହତ୍ୟା କରିସାରିବା ପରେ ମାନସିକ ଭାରସାମ୍ୟ ହରାଇ ଶ୍ରୀ ବଛା ନିଜବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଗତକାଲି ବିଳମ୍ୱିତ ରାତିରେ କପୁରଚନ୍ଦ ବିଛା(୫୦) ଙ୍କ କୌଣସି ଏକ କଥାକୁ ନେଇ ସ୍ତ୍ରୀ ସହ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କପୁରଚନ୍ଦ ସ୍ତ୍ରୀ କୈକେୟୀ (୪୫)ଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାପରେ ସେ ନିଜେ ବେକରେ କପଡ଼ା ଲଗାଇ ଆତ୍ମହତ୍ୟା କରିଛନ୍ତି।

ଘରେ ତାଙ୍କର ପୁଅ ସୁବାଷ ବଛା(୨୫) ଓ ତାଙ୍କ ବୋହୂ ସଙ୍ଗୀତା ବଛା(୨୨) ଥିବା ଜଣା ପଡିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Comment