ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏଏସ ଟପ୍ପର ଟିନା ଡାବିଙ୍କ ଲୁଙ୍ଗି ଡ୍ୟାନ୍ସ। ଟିନାଙ୍କ ସହ ନଜର ଆସିଛନ୍ତି ଟିନାଙ୍କ ସ୍ୱାମୀ ଅତହର ଆମୀର।

ପୁଣି ଚର୍ଚ୍ଚାରେ ୨୦୧୫ ଆଇଏଏସ ଟପ୍ପର ଟିନା ଡାବି। ନିକଟରେ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଲୁଙ୍ଗି ଡ୍ୟାନ୍ସ ଫଟୋ ଅପଲୋଡ କରି ଚର୍ଚ୍ଚାରେ ଅଛନ୍ତି ଟିନା।

ଏହି ଫଟୋରେ ଟିନାଙ୍କ ସହ ନଜର ଆସିଛନ୍ତି ଟିନାଙ୍କ ସ୍ୱାମୀ ଅତହର ଆମୀର। ଦୁହେଁ ଲୁଙ୍ଗି ପିନ୍ଧି ଡ୍ୟାନ୍ସ କରୁଥିବା ଫଟୋରେ ଦେଖାଯାଇଛି।

ଏହି ଫଟୋକୁ ସୋସିଆଲ ମିଡିଆରେ ହଜାର ହଜାର ସଂଖ୍ୟାରେ ଲାଇକ୍‍ କରାଯାଇଥିବା ବେଳେ ଅନେକ କମେଣ୍ଟ ମିଳିଛି।

ମାତ୍ର ୨୪ ବର୍ଷ ବୟସରେ ଟିନା ୨୦୧୫ରେ ୟୁପିଏସ୍‍ସି ଟପର ହୋଇଥିଲେ। ସେହି ବର୍ଷର ରନର୍ସଅପ୍‍ କାଶ୍ମୀର ଯୁବକ ଅତହର ଆମୀର ଓଲ ରଫି ଖାନଙ୍କୁ ବିବାହ କରି ସେ ଚର୍ଚ୍ଚାକୁ ଆସିଥିଲେ ଟିନା।

ନିକଟରେ ମସୁରୀସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ ଦୁଇବର୍ଷର ତାଲିମ ସମୟରେ ଭଲ ପ୍ରଦର୍ଶନ ପାଇଁ ମଧ୍ୟ ସେ ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।

Comment