ଓଡ଼ିଶାଲାଇଭ୍‌ ବ୍ୟୁରୋ

ସତ କେବେ ଲୁଚି ରହେନା। ଅପରାଧୀ ଯେତେ ଚେଷ୍ଟା କଲେ ମଧ୍ୟ ଆଇନ ନଜରରୁ ଖସି ପାରେନା। ନିର୍ଭୟା କାଣ୍ଡର ପିଶାଚମାନଙ୍କୁ ମିଳିଛି ଉଚିତ ଦଣ୍ଡ!

ଦିଲ୍ଲୀର ଜଘନ୍ୟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ମୃତ୍ୟୁ ଦଣ୍ଡ ପାଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ଦଣ୍ଡର ପୁନର୍ବିଚାର ପାଇଁ ଆବେଦନ କରିଥିଲେ। ସୋମବାର ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ଅଭିଯୁକ୍ତଙ୍କ ପୁନର୍ବିଚାର ଆବେଦନ ଖାରଜ କରି ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି।

ଦିଲ୍ଲୀର ଜଘନ୍ୟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୋଟ ୬ ଜଣ ସମ୍ପୃକ୍ତ ଥିଲେ। ସେଥିମଧ୍ୟରୁ ଜଣେ ଜେଲ୍‌ରେ ଆତ୍ମହତ୍ୟା କରିଥିବାବେଳେ ଆଉ ଜଣେ ନାବାଳକ ଥିଲା। ବାକି ୪ଜଣଙ୍କୁ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଫଳରେ ଏହି ୪ ଜଣ ଖୁବ୍‌ଶିଘ୍ର ଫାଶୀଖୁଣ୍ଟରେ ଝୁଲିବେ। ନିର୍ଭୟା କାଣ୍ଡର ୬ ମୁଖ୍ୟ ଆସାମୀମାନେ କିଏ ଏବେ କେଉଁଠି ଆସନ୍ତୁ ଜାଣିବା।

ମୁକେଶ ସିଂହ – ଗଳାରେ ଝୁଲିବ ଫାଶୀ ଦଉଡ଼ି

ମୁକେଶ ସିଂହ ବସ କ୍ଲିନର୍ ଥିଲା। ଯେଉଁଦିନ ଏହି ଘଟଣା ଘଟିଥିଲା ସେଦିନ ମୁକେଶ ବସରେ ଥିଲା। ଗ୍ୟାଙ୍ଗରେପ୍ ପରେ ମୁକେଶ ନିର୍ଭୟା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ନିର୍ମମ ଭାବେ ପିଟିଥିଲା। ମୁକେଶ ଏବେ ତିହାଡ ଜେଲ୍‌ରେ ଅଛି।

ରାମ ସିଂହ – ନିଜ ବେକରେ ବାନ୍ଧିଲା ଫାଶୀ

ରାମ ସିଂହ ପେଶାରେ ବସ୍‌ ଡ୍ରାଇଭର ଥିଲା। ନିର୍ଭୟା ଘଟଣାର ମୁଖ୍ୟ ଆରୋପୀ ଥିଲା ରାମ ସିଂହ। ଯେଉଁ ଚଳନ୍ତା ବସରେ ଗ୍ୟାଙ୍ଗରେପ୍‌ ହୋଇଥିଲା ତାକୁ ରାମ ସିଂହ ହିଁ ଚଲାଉଥିଲା। କିଛି ସମୟ ପରେ ବସ ଚଲାଇବା ଦାୟିତ୍ଵ ଘଟଣାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମାଙ୍କୁ ଦେଇ ନିଜେ ନିର୍ଭୟାଙ୍କୁ ରେପ୍‌ କରିଥିଲା। ରାମ ସିଂହ ଗ୍ୟାଙ୍ଗରେପ କରିବା ପରେ ଲୁହା ରଡ଼ରେ ନିର୍ଭୟା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପିଟିଥିଲା। ୨୦୧୩ ମସିହା ୧୧ମାର୍ଚ୍ଚ ଦିନ ଜେଲରେ ଥିବାବେଳେ ଆତ୍ମହତ୍ୟା କରିଥିଲା ରାମ ସିଂହ।

ବିନୟ ଶର୍ମା ବି ପାଇବ ଫାଶୀ

ବିନୟ ପେସାରେ ଜଣେ ଫିଟନେସ୍ ଟ୍ରେନର ଥଲା। ଘଟଣାଦିନ ଅନ୍ୟମାନେ ନିର୍ଭୟା ସହ ଗ୍ୟାଙ୍ଗରେପ୍‌ କରୁଥିଲାବେଳେ ବିନୟ ବସ୍‌ ଚଲାଉଥିଲା। ସେ ବି ଏବେ ତିହାଡ ଜେଲରେ ଅଛି। ରାମ ସିଂହ ଜେଲରେ ଆତ୍ମହତ୍ୟା କରିବା ପରେ ବିନୟ ବି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ବିଫଳ ହୋଇଥିଲା।

ପବନ ଗୁପ୍ତା – ଏବେ ଫାଶୀକୁ ଅପେକ୍ଷା!

ପବନ ଗୁପ୍ତା ଦିଲ୍ଲୀରେ ଫଳ ବିକ୍ରି କରୁଥିଲା। ଗ୍ୟାଙ୍ଗରେପ୍‌ ଘଟଣାଦିନ ପବନ ନିଜ ସାଙ୍ଗମାନଙ୍କ ସହ ବସରେ ଉପସ୍ଥିତ ଥିଲା। ଅନ୍ୟ ଦୋଷୀଙ୍କ ଭଳି ସେ ବି ତିହାଡ ଜେଲରେ ଅଛି। ପବନ ଜେଲରେ ରହି ଗ୍ରାଜୁଏସନ ପଢ଼ୁଛି।

ଜେଲ୍‌ କୋଠରୀରେ ସଢ଼ୁଛି ଅକ୍ଷୟ ଠାକୁର

ବିହାରରେ ରହୁଥିବା ଅକ୍ଷୟ ପାଠପଢ଼ା ଛାଡ଼ି ଦିଲ୍ଲା ପଳାଇଆସିଥିଲା। ଏଠାରେ ସେ ନିର୍ଭୟା ଘଟଣାର ଅନ୍ୟତମ ଦୋଷୀ ରାମ ସିଂହ ସହ ତା’ର ଭେଟ ହୋଇଥିଲା। ପରେ ତା’ର ପବନ ସିଂହ ସହ ଭେଟ ହେଲା। ସେ ଏବେ ତିହାଡ ଜେଲରେ ଅଛି। ସେ କିନ୍ତୁ ନିଜ ଫାଶୀ ଦଣ୍ଡାଦେଶର ପୁନର୍ବିଚାର ପାଇଁ କୋର୍ଟରେ ଆବେଦନ କରିନଥିଲା।

ନାବାଳକ ଅପରାଧୀ ଏବେ ରୋଷେୟା

ଏହି ଘଟଣାରେ ଜଣେ ନାବାଳକ ମଧ୍ୟ ଥିଲା। ଉକ୍ତ ନାବାଳକକୁ ୩ବର୍ଷ ସୁଧାର ଗୃହରେ ରଖିବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ନାବଳକ ଅଭିଯୁକ୍ତ ଏବେ ୨୩ ବର୍ଷୀୟ ଯୁବକ। ସେ ଗତ ୨୦୧୫ ମସିହା ଡିସେମ୍ବର ମାସରେ ୩ ବର୍ଷର ସଜା କାଟି ମୁକୁଳିଛି। ଏକ ଏନଜିଓ ସହଯୋଗରେ ସମ୍ପୃକ୍ତ ନାବାଳକ ଅଭିଯୁକ୍ତଙ୍କୁ ନେଇ ଦକ୍ଷିଣ ଭାରତର ଏକ ଅଜ୍ଞାତ ସହରରେ ଏକ ରେସ୍ତାରାଁରେ ରୋଷେୟା ଭାବେ ନିଯୁକ୍ତି ଦେବାର ବ୍ୟବସ୍ଥା କରିଛି।

Comment