ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ବେଳେ ରାସ୍ତା ତିଆରି କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ। ହେଲେ ୪ ବର୍ଷ ଭିତରେ ରାସ୍ତା ତିଆରି ହୋଇପାରିଲାନି। ଶେଷରେ ଲୋକଙ୍କ ମନରେ ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା। ଯେଉଁ କାଦୁଅ ରାସ୍ତାରେ ଲୋକେ ସୁବଦିନ ଯିବା ଆସିବା କରୁଛନ୍ତି ସେହି ରାସ୍ତାରେ ବିଧାୟକଙ୍କୁ ଚଲାଇଥିଲେ। ବିଧାୟକ କାଦୁଅ ରାସ୍ତାରେ ଚାଲି ଚାଲି ଯାଇଥିଲେ।

ଏହି ଘଟଣାଟି ହେଉଛି ଜଗତସିଂହପୁର ଜିଲା ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ଗଣ୍ଡମଣ୍ଡା ଗାଁରେ। ସ୍ଥାନୀୟ ବିଧାୟକ ପ୍ରଶାସନ୍ତ ମୁଦୁଲି ଆଜି ଏହି ଗାଁ ଦେଇ ଯାଉଥିଲେ। ଲୋକେ ତାଙ୍କ ଗାଡ଼ିକୁ ଘେରିଗଲେ। ବିଧାୟକ ତଳକୁ ଆସିଲେ। ୪ ବର୍ଷ ଭିତରେ କାହିଁକି ରାସ୍ତା ତିଆରି ହୋଇନି ବୋଲି ପ୍ରଶ୍ନ କଲେ। ବିଧାୟକ ଯେତେ ବାହାନା ଦେଖାଇଥିଲେ ବି ଖସିପାରି ନଥିଲେ।

ବିଧାୟକଙ୍କ ଗାଡ଼ିକୁ ଲୋକେ ଛାଡ଼ି ନଥିଲେ। ଫଳରେ ବିଧାୟକ କାଦୁଅ ରାସ୍ତାରେ ଚାଲି ଚାଲି ଯାଇଥିଲେ। କାଦୁଅରେ ଚାଲିବା ପରେ ଗାଡ଼ି ଛାଡ଼ିଥିଲେ ଲୋକେ। ଏହି ଘଟଣା ବାଲିକୁଦା-ଏରସମା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Comment