ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ହୋଇ ଘରକୁ ଫେରିଲେ ଓଲିଉଡ ଅଭିନେତା ପପୁ ପମପମ୍।

ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଅଭିନେତା ପପୁ ପମ୍‌ପମ୍‌। ପାନ୍‌କ୍ରିୟାସରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସାଧୀନ ଥିଲେ।

ଗତ କିଛିଦିନ ତଳେ ପପୁ ଆଇସିୟୁରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର ହୋଇଥିଲେ। ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଡାକ୍ତର କହିଥିବା ପପୁଙ୍କ ସମ୍ପର୍କୀୟ ପୂର୍ବରୁ ସୂଚନା ଦେଇଥିଲେ।

ସୁସ୍ଥ ହୋଇ ଘରକୁ ଫେରିବା ପରେ ଏକ ଭିଡିଓ ଜରିଆରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପପୁ ପମପମ୍‌। ସେ କହିଛନ୍ତି,“ଭଗବାନଙ୍କ ଆଶୀର୍ବାଦ ଏବଂ ଅଗଣିତ ସିନେପ୍ରେମୀଙ୍କ ଭଲପାଇବା ଯୋଗୁଁ  ସୁସ୍ଥ ହୋଇ ଫେରିଛି।”

ପପୁ ପମ୍‌ପମ୍‌ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଯାଇଥିଲେ। ପପୁଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଆଡମିଟ କରାଯାଇଥିଲା।।

ଫୋର୍ ଇଡିୟଟସ୍‌ ଫିଲ୍ମ ସୁଟିଂରେ ପପୁ ଥାଇଲାଣ୍ଡ ଯାଇଥିଲେ। ସୁଟିଂ ଚାଲିଥିବା ବେଳେ ପପୁ ହଠାତ୍ ଅସୁସ୍ଥ ହୋଇ ଯାଇଥିଲେ। ସୁଟିଂ ବାତିଲ କରି ସେ ଭୁବନେଶ୍ୱର ଫେରି ଆସିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ତୁରନ୍ତ ମେଡିକାଲରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରେ ପପୁଙ୍କ ସ୍ୱାସ୍ଥ୍ୟରେ ଅଧିକ ଅବନତି ଦେଖାଦେଇଥିଲା। ଅଧିକ ଚିକିତ୍ସା ପାଇଁ ପପୁଙ୍କୁ ଦିଲ୍ଲୀ ଏମ୍ସ ପଠାଯାଇଥିଲା।

ଏଠାରେ ଥିବାବେଳେ ପପୁଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହୋଇଥିଲା। ତେବେ ଏଭଳି ନ କରିବାକୁ ତାଙ୍କ ପତ୍ନୀ ସଙ୍ଗୀତା ଶତପଥୀ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ।

Comment