ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପରେ ଏବେ ଦିନିକିଆ ସିରିଜ ହାସଲ କରିବା ଲକ୍ଷରେ ଭାରତ।

ଲର୍ଡସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଆରମ୍ଭ ହୋଇଛି। ଗୁରୁବାର ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୮ ୱିକେଟରେ ପରାସ୍ତ କରିଥିବା ଭାରତୀୟ ଦଳ ଏହି ମ୍ୟାଚ ଜିତି ତିନିଟିକିଆ ସିରିଜକୁ ହାତେଇବାକୁ ଲକ୍ଷ୍ୟ ରଖିଛି।

ଦ୍ଵିତୀୟ ଦିନିକିଆରେ ଇଂଲଣ୍ଡ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଇଂଲଣ୍ଡ ଓ ଭାରତୀୟ ଟିମରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

୩ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ଏବେ ୧-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ୮ ଓ୍ଵିକେଟ୍‌ରେ ହରାଇଥିଲା।

ଭାରତ ଯଦି ଦିନିକିଆ ଶୃଙ୍ଖଳାରେ ଶନିବାର ୨-୦ରେ ଆଗୁଆ ହୋଇଯାଏ ତେବେ ଆଇସିସି ମାନ୍ୟତାରେ ମଧ୍ୟ ଉଭୟ ଦେଶ ମଧ୍ୟରେ ଥିବା ଫରକ କମିଯିବ। ଗତ ମ୍ୟାଚରେ ବିରାଟ କୋହଲି ଭଲ ବ୍ୟାଟିଂ କରିବା ଏବଂ ରୋହିତ ଶର୍ମା ଲଗାତାର ଶତକ ମାରିବା ଭାରତର ବ୍ୟାଟିଂକୁ ଆତ୍ମବିଶ୍ୱାସକୁ ନେଇଛି।

Comment