ଓଡ଼ିଶାଲାଇଭ୍‌ ବ୍ୟୁରୋ

କପେ ଚା’ ଦିନଯାକର ମାନସିକ ଚାପରୁ ମୁକ୍ତି ଦେବା ସହିତ ଶରୀରରେ ଆଣିଥାଏ ଫୂର୍ତ୍ତି। ଚା’ର କେତେକ ଔଷଧୀୟ ଗୁଣ ରହିଛି।

ମୁଣ୍ଡବିନ୍ଧାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅବସାଦ ଦୂର କରିବାରେ ଏହା ସହାୟକ ହୋଇଥାଏ ବୋଲି ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟର ଗବେଷକ ସେମାନଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

  • ଚା’ରେ ପ୍ରାକୃତିକ ଫ୍ଲୋରାଇଡ୍‌ ଥାଏ। ଏହା ଦାନ୍ତକୁ ସୁସ୍ଥ ରଖିଥାଏ। ଦାନ୍ତ ମୂଳରେ ଥିବା ବ୍ୟାକ୍ଟେରିଆକୁ ଏହା ନାଶ କରେ।
  • ଶରୀରରେ ଉତ୍ତେଜନା ସୃଷ୍ଟି କରି ଏହା କ୍ୟାଲୋରୀକୁ କମାଏ। ଫଳରେ ମୋଟାପଣ ଓ ପେଟରେ ଥିବା ଚର୍ବି କମ୍‌ ହୋଇଥାଏ।
  • ଚା’ରେ ରହିଥାଏ ପ୍ରଚୁର ପରିମାଣରେ ଆଣ୍ଟି- ଅକ୍ସାଇଡାଣ୍ଟ। ଏହା କ୍ୟାନ୍‌ସର ରୋଗ ପ୍ରତିରୋଧ କରିବାରେ ସହାୟତା କରେ।
  • ଚା’ ପିଇଲେ ଶରୀରରେ ଉତ୍ତେଜନା ସୃଷ୍ଟି ହେବାରୁ ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ। ଫଳରେ ମସ୍ତିଷ୍କ କୋଷିକା ଉପରେ ଏହାର ସକାରାତ୍ମକ ପ୍ରଭାବ ଅନୁଭୁତ ହୁଏ। ତେଣୁ ମନ ଫୁର୍ତ୍ତି ହୋଇଥାଏ।

Comment