ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ଏମ୍‌ସରେ ସୁଧୁରୁଛି କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା। ଆସନ୍ତା ୨ରୁ ୩ ଦିନ ଭିତରେ ଜଗା-କାଳିଆ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେ। ଏନେଇ ସୂଚନା ଦେଇଛନ୍ତି ଜଗା-କାଳିଆଙ୍କ ବାପା ଭୂଇଁଆ କହଁର।

ଭୂଇଁଆ କହଁର କହିଛନ୍ତି, “ଜଗା-କାଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବା ଡାକ୍ତର କହିଛନ୍ତି। ଆସନ୍ତା ଦୁଇ, ତିନି ଦିନ ଭିତରେ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ କରାଯିବ। ନୂଆଦିଲ୍ଲୀର ଓଡ଼ିଶାଭବନକୁ ଜଗା-କାଳିଆ ସ୍ଥାନାନ୍ତର ହେବେ।”

ଜଗା ଅପେକ୍ଷା କାଳିଆର ସ୍ୱାସ୍ଥ୍ୟରେ ଧିରେଧିରେ ଉନ୍ନତି ପରିଲକ୍ଷିତ ହେଉଛି। କାଳିଆର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ହେବା ପାଇଁ ଆହୁରି ୬ ମାସ ଲାଗିବ ବୋଲି ଏମ୍‌ସ ତରଫରୁ ସୂଚନା ମିଳିଛି।

କନ୍ଧମାଳ ଜିଲ୍ଲା ମିଲିପଡ଼ାର ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୭ ଜୁଲାଇ ୧୪ରେ ଉଭୟଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା।

ଗତ ଅକ୍ଟୋବର ମାସରେ ୭୦ ଘଣ୍ଟାର ଅପରେସନ ପରେ ଉଭୟ ଶିଶୁଙ୍କୁ ଅଲଗା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏଥିପାଇଁ ସହାୟତାର ହାତ ବଢ଼ାଇଥିଲେ।

Comment