ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝାଡ଼ୁଦାର ବୟାନ ଉପରେ ମତ ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ। ଦାମ ଧର୍ମେନ୍ଦ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଗଜପତିଙ୍କ ‘ଛେରାପହଁରା’ ନୀତିକୁ ‘ଝାଡ଼ୁମାରିବା’ ସହ ତୁଳନା କରିବା ଏକ ସାଂଘାତିକ କଥା। ଏହା ଓଡ଼ିଆ ପରମ୍ପରାକୁ ଆଘାତ କରୁଛି। ଏପରି ମନ୍ତବ୍ୟ ଦେବା ଧର୍ମେନ୍ଦ୍ରଙ୍କ ଅହଙ୍କାର ଛଡ଼ା ଆଉ କିଛି ନୁହେଁ”।

ରଥଯାତ୍ରା ଦିନ ଧର୍ମେନ୍ଦ୍ର ତାଙ୍କ ଫେସ୍‌ବୁକ୍ ପେଜ୍‌ରେ ଲାଇଭ୍‌ ସୋ କରୁଥିଲେ। ଏହି ଲାଇଭ୍‌ ସୋ’ରେ ଧର୍ମେନ୍ଦ୍ର ଗଜପତିଙ୍କୁ ଝାଡ଼ୁଦାର ବୋଲି କହିଥିଲେ। ଧର୍ମେନ୍ଦ୍ର ଏହି ମନ୍ତବ୍ୟକୁ ନେଇ ଉଠିଛି ବିବାଦ।

Comment