ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଏସ୍‌ଟି ପରିସରରୁ ହଟିଲା ସାନିଟାରୀ ନାପ୍‌କିନ୍। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି କାଉନସିଲ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାସହ ଝାଡ଼ୁ, ଷ୍ଟୋନ୍, ମାର୍ବଲ, ରାକ୍ଷୀ, କାଠରେ ତିଆରି ମୂର୍ତ୍ତିକୁ ମଧ୍ୟ ଜିଏସ୍‌ଟି ମୁକ୍ତ କରାଯାଇଛି। ଏହାସହ ଫସ୍‌ଫେରିକ୍ ଏସିଡ୍, ହ୍ୟାଣ୍ଡଲୁମ୍ ସାମଗ୍ରୀ, ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋତାକୁ ୫ ପ୍ରତିଶତ ସ୍ଲାବ ଭିତରେ ରଖାଯାଇଛି।

ପୂର୍ବରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋତା ୫ ପ୍ରତିଶତ ସ୍ଲାବ ଭିତରେ ରହିଥିଲା। ସାନିଟାରୀ ନାପ୍‌କିନ୍ ୧୨ ପ୍ରତିଶତ ସ୍ଲାବ ଭିତରେ ରହିଥିଲା।

୧୮ ପ୍ରତିଶତ ସ୍ଲାବରେ ଏବେ କେଉଁ ସାମଗ୍ରୀ?

ଜିଏସ୍‌ଟି କାଉନସିଲ୍ ବୈଠକରେ ଫ୍ରିଜ୍, ୨୫ ଇଞ୍ଚ ପର୍ଯ୍ୟନ୍ତ ଟିଭି, ଲିଥିୟମ ଆୟନ ବ୍ୟାଟେରୀ, ଗ୍ରାଇଣ୍ଡର, ଷ୍ଟୋରେଜ ୱାଟର ହିଟର, ହେୟାର ଡ୍ରାୟର, ବ୍ରସ୍, ମିଲ୍କ କଲର୍, ଆଇସକ୍ରିମ୍ କଲର୍, ପରଫ୍ୟୁମ୍, ଟଏଲେଟ୍ ସ୍ପ୍ରେକୁ ୧୮ ପ୍ରତିଶତ ସ୍ଲାବ ଭିତରେ ରଖାଯାଇଛି। ପୂର୍ବରୁ ଏହା ୨୫ ପ୍ରତିଶତ ଟ୍ୟାକ୍ସ ସ୍ଲାବରେ ରହିଥିଲା।

୧୨ ପ୍ରତିଶତ ସ୍ଲାବରେ ରହିଲା କ’ଣ?

ହ୍ୟାଣ୍ଡବ୍ୟାଗ୍, ଗହଣା ବାକ୍ସ, ପେଣ୍ଟିଂ ପାଇଁ ଥିବା କାଠ ବାକ୍ସ, କାଚରେ ତିଆରି ବିଭିନ୍ନ ଡିଜାଇନର ଗ୍ଲାସ, ଆଇନାକୁ ୧୨ ପ୍ରତିଶତ ଟ୍ୟାକ୍ସ ସ୍ଲାବରେ ସାମିଲ କରାଯାଇଛି।

Comment