ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ। ସାମଗ୍ରୀ ଓ ସେବା ଟିକସ (ଜିଏସଟି)ର ବିଭିନ୍ନ ବ୍ୟବସ୍ଥାରେ ସୁଧାର ଆଣିବା ଦାବିରେ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି)। ବନ୍ଦକୁ ସଫଳ କରିବା ପାଇଁ ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା ଆନ୍ଦୋଳନରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଜିଏସ୍‌ଟିର ବିଭିନ୍ନ ବ୍ୟବସ୍ଥାରେ ବ୍ୟାପକ ସୁଧାରର ଆବଶ୍ୟକତା ରହିଛି। ଏଥିପାଇଁ ବାରମ୍ବାର ଦାବି କରାଯାଇଥିଲଲେ ମଧ୍ୟ କେନ୍ଦ୍ର ସରକାର ଶୁଣୁନାହାନ୍ତି। ସେଥିପାଇଁ ଏହି ଭାରତ ବନ୍ଦ ଡାକରା ଦିଆଯାଇଥିବା ସିଏଆଇଟି ପକ୍ଷରୁ କୁହାଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, ଭାରତ ବନ୍ଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ସମଗ୍ର ଦେଶରେ ଥିବା ସିଏଆଇଟି ପ୍ରତିନିଧିମାନେ ବନ୍ଦକୁ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି। ଜରୁରୀ ସେବାକୁ ଛାଡ଼ି ଏହି ଦିନ ସବୁ ବନ୍ଦ ରହିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here