ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜିଏସଟିରେ ସମିଲ ହେଲେ ସ୍ଵିଗି ଓ ଜୋମାଟୋ
  • ଓଲା ଓ ଉବେରକୁ ୫ ପ୍ରତିଶତ ଜିଏସଟି
  • ଜୋତା ଚପଲ ପାଇଁ ଦେବାକୁ ହେବ ୧୨ ପ୍ରତିଶତ

ନୂଆ ବର୍ଷରୁ ଲାଗୁ ହେବ ଜିଏସଟିର ନୂଆ ନିୟମ। ଏବେ ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ସ୍ଵିଗି ଏବଂ ଜୋମାଟୋକୁ ଜିଏସଟି ଦେବାକୁ ପଡ଼ିବ। ନିୟମ ଲାଗୁହେବା ପରେ ଏହି ସଂସ୍ଥାମାନେ ଜାନୁଆରୀ ପହିଲାରୁ ୫ ପ୍ରତିଶତ ଜିଏସଟି ଦେବେ। ଆଗରୁ ସ୍ଵିଗି ଏବଂ ଜୋମାଟୋ ଭଳି ସଂସ୍ଥା ଜିଏସଟି ନିୟମରେ ସାମିଲ ନଥିଲେ। ପୂର୍ବରୁ ହୋଟେଲ ଏବଂ ରେସ୍ତୋରାଁ ଜିଏସଟି ଦେଉଥିଲେ। ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୪୬ ତମ ବୈଠକରେ ନୂଆ ନିୟମ ଉପରେ ନିଷ୍ପତ୍ତି ହୋଇଛି।

କ୍ୟାବ ସଂସ୍ଥାକୁ ମଧ୍ୟ ଜିଏସଟି ନିୟମରେ ସାମିଲ କରାଯିବ। କ୍ୟାବ ସଂସ୍ଥା ଓଲା ଓ ଉବେରକୁ ୫ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ। ଏହା ସହ ଚପଲ ଜୋତା ପାଇଁ ୧୨ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ। ପୂର୍ବରୁ ଜୋତା ଏବଂ ଚପଲ ପାଇଁ ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା। ନୂଆ ନିୟମ ପରେ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।

କପଡା ଉତ୍ପାଦନ ଉପରେ ଆଉ ୭ ପ୍ରତିଶତ ଜିଏସଟି ଲାଗୁ କରିବାର ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ବିଭିନ୍ନ ରାଜ୍ୟର ଆପତ୍ତି ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆଗାମୀ ସେପ୍ଟେମ୍ବର ମାସଠାରୁ କପଡା ଉପରେ ଜିଏସଟି ୫ ପ୍ରତିଶତରୁ ବୃଦ୍ଧି କରାଯାଇ ୧୨ ପ୍ରତିଶତ କରାଯିବ।

Comment