ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଗାଣ ବର୍ଷାରେ ଭୁବନେଶ୍ୱର ଭାସୁଥିବା ବେଳେ ଆଚାର୍ଯ୍ୟ ବିହାର ଟିଟିଡି କଲ୍ୟାଣ ମଣ୍ଡପ ପଛପଟେ ରହୁଥିବା ପ୍ରକାଶ ଚନ୍ଦ୍ର ଦାଶଙ୍କୁ ତାଙ୍କ ଭାଇ ଭାଉଜ ପର କରି ଦେଇଥିଲେ। ବର୍ଷା ବେଳେ ଘରୁ ବାହାର କରିଦେଇଥିଲେ। ଫଳରେ ସେ ତାଙ୍କ ସ୍ତ୍ରୀଙ୍କୁ ନେଇ ବିଏମ୍‌ସି ଅଫିସ ନିକଟରେ ପହଞ୍ଚି ନିଜ ଦୁଃଖ କାହାଣୀ ଶୁଣାଇଥିଲେ। ଶେଷରେ ଅସହାୟ ପ୍ରକାଶ ଏବଂ ତାଙ୍କ ସ୍ତ୍ରୀଙ୍କୁ ସାହା ହୋଇଥିଲା ବିଏମ୍‌ସି। ଘାଟିକିଆସ୍ଥିତ ଆଶ୍ରୟସ୍ଥଳୀରେ ପ୍ରକାଶଙ୍କ ରହିବା ପାଇଁ ବ୍ୟବସ୍ଥା କରିଛି ବିଏମ୍‌ସି।

ଆଚାର୍ଯ୍ୟ ବିହାର ଟିଟିଡି କଲ୍ୟାଣ ମଣ୍ଡପ ପଛପଟେ ୮୮/୭ ପ୍ଲଟରେ ଘର କରି ରହିଥିଲେ ପ୍ରକାଶ ଏବଂ ତାଙ୍କ ଭାଇ। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିର୍ମାଣ ଆଇନ ବିରୋଧରେ ଯାଇ ଏହି ଘରଟି ତୋଳା ହୋଇଥିବା ଜଣାପଡ଼ିଛି। ହେଲେ ଏହି ଘରେ ପ୍ରକାଶଙ୍କୁ ତାଙ୍କ ଭାଇ ଭାଉଜ ଭାଗ ଦେଲେ ନାହିଁ। ଜବରଦସ୍ତ ସେଠାରେ ଏକ ଛାତ୍ରାବାସ କରି ବ୍ୟବସାୟିକ କାର୍ଯ୍ୟରେ ଲଗାଇଥିବା କହିଛନ୍ତି ପ୍ରକାଶଙ୍କ ସ୍ତ୍ରୀ ବବିତା। ପ୍ରତିବାଦ କରିବାରୁ ବବିତାଙ୍କୁ ନିର୍ଯାତନା ଦିଆଯାଇଥିବା ସେ କହିଛନ୍ତି।

ପ୍ରକାଶ ବର୍ତ୍ତମାନ କିଡ୍‌ନୀ ରୋଗରେ ଆକ୍ରାନ୍ତ ଅଛନ୍ତି। ଏହି ଅବସ୍ଥାରେ ନିଜ ଭାଇ ଏବଂ ଭାଉଜ ତାଙ୍କୁ ଘରେ ନ ରଖି ପଦାକୁ ଧକ୍କା ଦେଇ ତଡିଦେବା ଫଳରେ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Comment