ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ରାସ୍ତାରେ ଦୁର୍ଘଟଣା।  ନିକଟରେ ଭଦ୍ରକରେ ଟ୍ରକ ମାଡ଼ିଯିବାରୁ ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ ଯିବା ଘଟଣା ମନରୁ ନଲିଭୁଣୁ ପୁଣି ଥରେ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ଅନୁଗୁଳର ପାଲଲହଡ଼ାରେ ଘଟିଛି ଏହି ଅଘଟଣ।

ସ୍କୁଲରୁ ଘରକୁ ଫେରୁଥିବାବେଳେ ୪ଜଣ ଛାତ୍ରୀଙ୍କ ଉପରେ ମାଡ଼ିଯାଇଛି ଅଟୋ। ଫଳରେ ଛାତ୍ରୀମାନେ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି। ସ୍କୁଲଛୁଟି ହୋଇ ଘରକୁ ଫେରିଲାବେଳେ ଚଷା ଗୁରୁଜାଙ୍ଗ-ଉଦୟପୁର ରାସ୍ତାରେ ଘଟିଛି ଦୁର୍ଘଟଣା। ଆହତ ଛାତ୍ରୀମାନେ ନବମ ଶ୍ରେଣୀରେ ପଢ଼ୁଛନ୍ତି।

LEAVE A REPLY

Please enter your comment!
Please enter your name here