ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ବେଳେ ଘଟିଛି ଅଘଟଣ। ରଥ ଚକା ତଳେ ପଡ଼ିଯାଇ ଜଣେ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତକ ଜଣକ ହେଉଛନ୍ତି ନିରାକର ଜେନା (୬୦)। ତାଙ୍କ ଘର ଅଳଭା ଗ୍ରାମରେ। ଏହି ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ପୋଖରିଆପଡ଼ା ଗ୍ରାମରେ।

ଆଜି ହେଉଛି ହରିଶୟନ ଏକାଦଶୀ। ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେଉଛି। ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକର ପୋଖରିଆପଡ଼ା ଗ୍ରାମରେ ବାହୁଡ଼ା ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅପରାହ୍ଣରେ ରଥଟଣା ହୋଇଥିଲା। ରଥ ଟାଣିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। କିନ୍ତୁ ରଥ ଟାଣିବା ବେଳେ ନିରାକାର ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କ ଉପରେ ରଥ ଚକ ମାଡ଼ି ଯାଇଥିଲା।

ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

 

Comment