ଓଡ଼ିଶାଲାଇଭ୍‌ ବ୍ୟୁରୋ

ଋଷିକୁଲ୍ୟା ନଦୀରେ ଭାସିଗଲେ ୧୦ରୁ ଅଧିକ କୃଷ୍ଣସାର ମୃଗ। ହଠାତ୍‌ ପାଣି ମାଡ଼ି ଆସିବାରୁ ବିଲରେ ଥିବା ମୃଗ ଭାସିଯାଇଛନ୍ତି।

ଲଗାଣ ବର୍ଷା ଯୋଗୁଁ ସମଗ୍ର ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଋଷିକୁଲ୍ୟା ନଦୀରେ ହଠାତ୍‌ ପାଣି ମାଡ଼ି ଆସିବାରୁ ଭାସିଯାଇଛନ୍ତି କୃଷ୍ଣସାର ମୃଗ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଖରଖରି ନଦୀରେ ୧୦ରୁ ଅଧିକ କୃଷ୍ଣସାର ମୃଗ ଭାସି ଯାଉଥିବା ଦେଖିବାକୁ ମିଳିଛି।

ପୁରୁଷୋତ୍ତମପୁର-ହୁମ୍ମା ରାସ୍ତାର ବାଲିଆ ନିକଟରେ ମୃଗମାନେ ନଦୀ ପାଣିର ଭାସୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଅଞ୍ଚଳରେ କୃଷ୍ଣସାର ମୃଗ ନ ଥିବାବେଳେ ଗଞ୍ଜାମ ଜିଲା ଆସ୍କା ଅଞ୍ଚଳରୁ ଏହି ହରିଣ ଭାସି ଆସିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲେକଙ୍କ ଦ୍ୱାରା ଉଦ୍ଦାର କାର୍ଯ୍ୟ ଜାରି ରହିଛି।

ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ହରିଣମାନେ ବିଲରେ ଚରୁଥିବା ସମୟରେ ହଠାତ ବନ୍ୟାଜଳ ମାଡି ଆସିଥିଲା। ଯାହାଫଳରେ କୃଷ୍ଣସାର ହରିଣ ଜଳରେ ଭାସିଯାଇଥିଲେ।

Comment