ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ଟିଟୋର ପ୍ରମୁଖ ସହଯୋଗୀ ତଥା କୁଖ୍ୟାତ ଅପରାଧୀ ବାବୁ ସାହୁ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି।
କୁଖ୍ୟାତ ଅପରାଧୀ ବାବୁ ସାହୁ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି। କେନ୍ଦ୍ରାପଡା ଟାଉନ ଥାନା ଛଘରିଆ ଇଛାପୁର ରାସ୍ତାରେ ପୋଲିସ ଓ ବାବୁ ସାହୁ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ପୋଲିସ ଗୁଳି ବାବୁର ଡାହାଣ ଗୋଡରେ ବାଜିଥିଲା। ତାକୁ ଆହତ ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଗ୍ୟାଙ୍ଗଷ୍ଟର ଟିଟୋର ପ୍ରମୁଖ ସହଯୋଗୀ ଶାର୍ପ ସୁଟର ବାବୁ ସାହୁ ଓରଫ ଭବାନୀଶଙ୍କର ସାହୁ(୨୮)ଙ୍କୁ ସୋମବାର ଭୋର ସମୟରେ ଜିଲା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ ଓ ଟାଉନ ପୋଲିସ ଏନ୍କାଉଣ୍ଟର କରାଯାଇଥିଲା। ତାଙ୍କ ଡାହାଣ ଗୋଡ଼ ଆଣ୍ଠୁ ତଳକୁ ଗୋଟିଏ ଗୁଳି ବାଜିଛି।
ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ବାବୁଙ୍କ ନାମରେ ହତ୍ୟା, ଦାଦାବଟି ମାଗିବା, ବୋମା ଫିଙ୍ଗିବା ଭଳି ୫୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। ତାଙ୍କ ନାମରେ ୧୧ଟି ସଙ୍ଗିନ ମାମଲା ରହିଥିବାବେଳେ ଜୁନ୍ରେ ଟିଟୋଙ୍କୁ ଗିରଫ କରାଯିବା ପରେ ସେ ଜିଲା ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍ ଥିଲେ।
ସେ କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଯାଜପୁର ଓ ଭଦ୍ରକ ଜିଲାରେ ଆତଙ୍କ ସୃଷ୍ଟି କରିଥିଲା।
ସୋମବାର ସେ ପାରାଦୀପରୁ ଟାଉନ ଥାନା ଅନ୍ତର୍ଗତ ବାସୁଳେଇ ଗଳିରେ ଥିବା ନିଜ ଘରକୁ ଆସୁଥିବା ସମୟରେ ଭୋର ୪ଟା ୩୫ରେ ଛ’ ଘରିଆ-ଇଚ୍ଛାପୁର ରାସ୍ତାର କଲଭର୍ଟ ନିକଟରେ ଏନ୍କାଉଣ୍ଟର ହୋଇଥିଲା।
ବାବୁଙ୍କ ପକ୍ଷରୁ ୩ଟି ଗୁଳି ଚଳାଯାଇଥିବାବେଳେ ପୋଲିସ ୨ଟି ଗୁଳି ଚଳାଇଥିଲା। ବାବୁଙ୍କ ନିକଟରୁ ଗୋଟିଏ ଆପାଚି ବାଇକ୍, ଗୋଟିଏ ମାଉଜର ଜବତ କରାଯାଇଛି।
ବାବୁଙ୍କ ନିକଟରୁ ଗୋଟିଏ ଆପାଚି ବାଇକ୍, ଗୋଟିଏ ମାଉଜର ଜବତ କରାଯାଇଛି।














