ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହୁଡ଼ା ଓ ସୁନାବେଶ ପରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ତିନି ରଥରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଅଧରପଣା ନୀତି। ଆଷାଢ଼ ମାସ ଶୁକ୍ଳ ଦ୍ୱାଦଶୀ ତିଥିରେ ଏହି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କର ଏହି ନୀତି ଦେଖିବା ପାଇଁ ତିନି ରଥ ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଥିଲା। ବଡ଼ଦାଣ୍ଡ ଜନସମୁଦ୍ର ପାଲଟି ଯାଇଥିଲା।

ରଥଯାତ୍ରା ସମୟରେ ତିନି ରଥକୁ ସୁରକ୍ଷା ଦେଉଥିବା ପାର୍ଶ୍ୱ ଦେବଦେବୀ, ଚଣ୍ଡିଚାମୁଣ୍ଡା, ରାକ୍ଷସ ଆଦିଙ୍କ ଉଦ୍ଦେଶ୍ୟରେ ଅଧରପଣା ଦିଆଯାଇଥାଏ। ଏହାଦ୍ୱାରା ସେମାନଙ୍କର ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଶହେ ଲିଟର କ୍ଷୀର, ଛେନା, କଦଳୀ, କର୍ପୂର, ନବାତ, ଗୋଲମରିଚ, ଜାଇଫଳ ଏବଂ ଅନ୍ୟାନ୍ୟ ସୁବାସିତ ଦ୍ରବ୍ୟରେ ଏହା ପ୍ରସ୍ତୁତ ହୋଇଥିଲା।

ସନ୍ଧ୍ୟା ଧୂପ ପରେ ତିନି ଠାକୁରଙ୍କ ପାଖରେ ୩ଟି ଲେଖାଏଁ ମାଟିପାତ୍ରରେ ପଣା ରଖାଯାଇ ଷୋଡ଼ଶ ଉପଚାରରେ ପୂଜା କରାଯାଇଥିଲା। ପରେ ଏହାକୁ ଭାଙ୍ଗି ଦିଆଯାଇଥିଲା।

ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ, ମଡ଼ ଓଡ଼ିଆ ମଠର ମିଳିତ ସହଯୋଗରେ ଅଧରପଣା ନୀତି ସମ୍ପନ୍ନ ହୋଇଥାଏ। ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ତିମ ପର୍ବ ହେଉଛି ନିଳାଦ୍ରୀ ବିଜେ। ଗୋଟି ପହଣ୍ଡିରେ ତିନିଠାକୁର ରଥରୁ ଶ୍ରୀମନ୍ଦିର ରତ୍ନବେଦୀକୁ ବିଜେ କରିବେ।

Comment