ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଝାଡଖଣ୍ଡର ସର୍ବାଧିକ ଆୟକର ଦାତା ଘୋଷିତ ହୋଇଛନ୍ତି।

ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୭-୧୮ ଆର୍ଥିକ ବର୍ଷ ଲାଗି ଝାଡ଼ଖଣ୍ଡର ସର୍ବାଧିକ ବ୍ୟକ୍ତିଗତ ଆୟକରଦାତା ହୋଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଧୋନି ୧୨.୧୭ କୋଟି ଟଙ୍କାର ଆୟକର ପଇଠ କରିଛନ୍ତି।

ଏଥିସହ କ୍ରିକେଟର ଧୋନି ୩ କୋଟି ଟଙ୍କାର ଅଗ୍ରୀମ ଆୟକର ମଧ୍ୟ ପଇଠ କରିଛନ୍ତି। ମୁଖ୍ୟ ଆୟକର କମିସନର ଭି.ମହାଲିଙ୍ଗମ୍‌ କହିଛନ୍ତି, “ଗତବର୍ଷ ଧୋନି ୧୦.୯୩ କୋଟି ଟଙ୍କାର ଆୟକର ଦେଇଥିଲେ। ମାତ୍ର ସେ ରାଜ୍ୟର ସର୍ବାଧିକ ଆୟକର ଦାତା ହୋଇ ପାରି ନଥିଲେ। ଚଳିତବର୍ଷ ସେ ୧୨.୧୭ କୋଟି ଟଙ୍କାର ଆୟକର ପଇଠ କରି ଝାଡଖଣ୍ଡର ସର୍ବାଧିକ ଆୟକର ଦାତା ଘୋଷିତ ହୋଇଛନ୍ତି।”

ମହେନ୍ଦ୍ର ସିଂ ଧୋନି କ୍ରିକେଟ ଖେଳିବା ସହ ବିଜ୍ଞାପନ ମଧ୍ୟ କରୁଛନ୍ତି। ବହୁ ଲୋକପ୍ରିୟ ବ୍ରାଣ୍ଡ୍ ସହ ଜଡ଼ିତ ଅଛନ୍ତି ଧୋନି।

Comment