ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ର ବସ୍ତର ଅଞ୍ଚଳ ଗସ୍ତ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସେଠାରେ ଅଟୋ ରିକ୍ସାରେ ବୁଲିଛନ୍ତି।

ଅଟୋରିକ୍ସାରେ ଛତିଶଗଡ଼ର ବସ୍ତର ବୁଲିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପତ୍ନୀଙ୍କ ସହ ଅଟୋ ରିକ୍ସାରେ ବୁଲିବାର ଏକ ଫଟୋ ସାମ୍ନାକୁ ଆସିଛି। ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି। ବସ୍ତର ଜିଲ୍ଲାରେ ଜଣେ ମହିଳା ଅଟୋ ଡ୍ରାଇଭରଙ୍କ ସହ ଗାଡ଼ିରେ ବସି ସ୍ଥାନୀୟ ଅଞ୍ଚଳ ବୁଲି ଦେଖିଥିଲେ ରାମନାଥ କୋବିନ୍ଦ।

ଏଠାରେ ଥିବା ଆଦିବାସୀଙ୍କର ବିକାଶ ହୋଇଥିବା ଅନୁଭବ କରିଥିଲେ ରାଷ୍ଟ୍ରପତି। ଏଠାରେ ଦିନକୁ ଦିନ ମାଓବାଦୀଙ୍କ ଉପଦ୍ରବ କମିଥିବା ବେଳେ ବସ୍ତର ଏବେ ବିକାଶର ପଥରେ ଅଗ୍ରସର ହେଉଥିବା ଦେଖି ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ।

Comment