ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମାମୁ ଘରକୁ ବୁଲିବାକୁ ଆସିଥିବା ଭାଣେଜୀ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଛି। ଫଳରେ ତାର ମୃତ୍ୟୁ ଘଟିଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନାହିଁ। ହେଲେ ମାଟ୍ରିକ ପରୀକ୍ଷାରେ ଫେଲ୍ ହେବାରୁ ମାନସିକ ଭାରସାମ୍ୟ ହରାଇ ନାବାଳିକା ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି।

ମୃତ ନାବାଳିକାର ଘର ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ। ଚଳିତ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ। ହେଲେ ପରୀକ୍ଷାରେ ଫେଲ୍‌ ହୋଇଯାଇଥିଲେ। ସେ ପୁଣି ମାଟ୍ରିକ ସପ୍ଇମେଣ୍ଟାରୀ ପରୀକ୍ଷା ଦେଇଥିଲେ। ହେଲେ ସେଥିରେ ମଧ୍ୟ ଖରାପ କରିଥିଲେ।

ପରୀକ୍ଷା ପରେ ସେ ରାଉରକେଲାସ୍ଥିତ ମାମୁଁ ଘରକୁ ବୁଲିବାକୁ ଆସିଥିଲେ। ତେବେ ଆଜି ମାମୁଁ ଏବଂ ମାଇଁ ଘରେ ନଥିବାର ସୁଯୋଗ ପାଇ ସେ ବନ୍ଦ ଘରେ କିରୋସିନ୍ ଢାଳି ହୋଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment