ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ଉଦତ୍ନଗରର ମାଲଗୋଦାମ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ଶୁକ୍ରବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଝିଅଙ୍କର ମୃତ୍ୟୁ ହେବା ସହ ମା’ ଗୁରୁତର ହୋଇଯାଇଛି। ମୃତକ ଦୁଇ ଜଣ ହେଲେ ସୁଜାତା(୭) ଏବଂ ସୌମ୍ୟା (୫)।
ଦୁଇ ଝିଅ ଏବଂ ମା’ ଶୋଇଥିବା ବେଳେ ଏହି ଅଘଟଣ ଘଟିଛି। ଭୋର୍ ୩ଟାରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ପାଟି ଶୁଣି ପଡ଼ୋଶୀ ଦୁଇ ଝିଅ ଏବଂ ମା’ଙ୍କୁ କାନ୍ଥ ତଳୁ ଉଦ୍ଧାର କରିଥିଲେ। ତିନି ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଦୁଇ ଝିଅଙ୍କୁ ମୃତ ଘୋଷଣା କରିଥିଲେ। କାନ୍ଥୁ କେମିତି ଭୁଶୁଡ଼ିଲା ତାର ତଦନ୍ତ ଚାଲିଛି।