ଓଡ଼ିଶାଲାଇଭ୍‌ ବ୍ୟୁରୋ

ଐତିହ୍ୟ କ୍ୟାବିନେଟ୍‍ର ପ୍ରଥମ ବୈଠକରେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସତ୍ୟବାଦୀ ନିର୍ବାଚନମଣ୍ଡଳୀବାସୀ କୃତଜ୍ଞତା ଜ୍ଞାପନ ସହ ସମ୍ବର୍ଦ୍ଧିତ କରିଛନ୍ତି।

ଏହି ଉପଲକ୍ଷେ ନବୀନ ନିବାସ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସରପଞ୍ଚ ଓ ସମିତି ସଭ୍ୟ ସଂଘ, ବରିଷ୍ଠ ନାଗରିକ ସଂଘ, ପୂର୍ବତନ ଶିକ୍ଷକ ସଂଘ, ଆଇନ୍‍ଜୀବୀ ସଂଘ, ମହିଳା ମହାସଂଘ, ଦଳିତ ସଂଘ, ଯାଦବ ସଂଘ, ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଶିକ୍ଷକ ସଂଘ ଓ ଛାତ୍ର ସଂଘ, ଦୟା ବିହାର କଲେଜ୍‍, କଣାସ କଲେଜ୍‍, ୧୪ ମୌଜା ବିଦ୍ୟୁତ କଲେଜ୍‍, ମତ୍ସ୍ୟଜୀବୀ ସଂଘ, ନୀଳାଚଳ ସେବା ପ୍ରତିଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଏହି ସମ୍ବର୍ଦ୍ଧନା ଉତ୍ସବରେ ମନ୍ତ୍ରୀ ପ୍ରଦୀପ ମହାରଥୀ, ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମା, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, କଣାସ ବ୍ଲକ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସେଠୀ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦିପ୍ତୀରାଣୀ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବ ଦାସ, ପ୍ରହଲ୍ଲାଦ ଭାତୁଆରୀ ପ୍ରମୁଖ ଉପସ୍ଥିତ ଥିଲେ।

Comment