ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ବୀର ସହିଦ ବାସୁ ବିସୁନିଙ୍କୁ ଅସମ୍ମାନ କରିବାକୁ ନେଇ ପ୍ରତିବାଦ ଜୋର୍ ଧରିଛି। ଗାନ୍ଧି ପ୍ରତିମୂର୍ତ୍ତି ତଳେ ଚାଲିଥିବା ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ ସହିଦ ସ୍ମୃତି କମିଟି ପକ୍ଷରୁ ଆଜି ରାଜକନିକା ବନ୍ଦ କରାଯାଇଛି।

ରାଜକନିକାର ପ୍ରବେଶ ପଥ କୁହାଯାଉଥିବା ଗଞ୍ଜା ଘାଟ ନିକଟରେ ସ୍ମୃତି କମିଟିର ସଦସ୍ୟ ରାସ୍ତା ରୋକ କରିଥିଲେ। କଟକ ଚାନ୍ଦବାଲି ରାସ୍ତା ବନ୍ଦ କରିଥିଲେ।

ଫଳରେ ରାଜକନିକାରୁ କଟକ-ଭୁବନେଶ୍ୱରକୁ ଯାତାୟତ କରୁଥିବା ବସ୍ ସେବା ବନ୍ଦ ହୋଇଛି। ରାସ୍ତାରେ ବାଇକ୍ ଚଳାଚଳ ବନ୍ଦ ରହିଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀମାନଙ୍କୁ ଅଟକ ରଖିଛି।

ଏପଟେ ରାଜକନିକା ବ୍ଲକ ସଭାଗୃହରେ ରାଜକନିକା ସ୍ମୃତି କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।  ସହିଦ ବାସୁ, ବିସୁନିଙ୍କ ସ୍ମୃତି ସ୍ତମ୍ଭ ନିକଟରୁ ମାଟିକୁ ସମ୍ମାନର ସହିତ ଉତ୍ତୋଳନ କରି ଭୁବନେଶ୍ୱର ନେବାକୁ ଆଲୋଚନା ହୋଇଛି।

ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ସମେତ ବହୁ ମାନ୍ୟବଣ୍ୟ ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ଥିଲେ। ସହିଦ ପୀଠରୁ କିପରି ମର୍ଯ୍ୟାଦାର ସହିତ ମାଟି ଉଠାଯାଇ ଭବନେଶ୍ୱର ନିଆଯିବ ତାହା ସ୍ଥିର କରାଯିବ ବୋଲି ବୈଠକରେ ସଭାପତିତ୍ୱ କରୁଥିବା ବରିଷ୍ଠ ବାମପନ୍ଥୀ ନେତା ତଥା ରାଜକନିକା ସହିଦ ସ୍ମୃତି କମିଟି ସଦସ୍ୟ ଦାମୋଦର ଧଳ ସୂଚନା ଦେଇଛନ୍ତି।

Comment